ବାଲିପାଟଣା: ବାଲିପାଟଣା ବଜାରରେ ଏକ ପାଗଳ ମାଙ୍କଡ ଦିର୍ଘଦିନ ଧରି ଆତଙ୍କ ସୃଷ୍ଟି କରୁଥିଲା । ଏପରିକି ସମସ୍ତ ଟ୍ରାକ୍ଟର ଉପରେ ଚଢ଼ି ଡ୍ରାଇଭରଙ୍କୁ କାମୁଡା ଆମ୍ପୁଡା କରୁଥିଲା ।
ଏ ସମ୍ପର୍କରେ ବନ ବିଭାଗ ଖବର ପାଇବା ପରେ ବାଲିପାଟଣା ଫରେଷ୍ଟ ରେଞ୍ଜର ଯଦୁନାଥ ଜୟକୃଷ୍ଣ ଦାଶଙ୍କ ନିଦେ୍ର୍ଦଶକ୍ରମେ ଭଅଁରାଗଡ ସ୍ଥିତ ବିଟ୍ ହାଉସ୍ ଫରେଷ୍ଟ ଗାର୍ଡ ଆଜି ମଧ୍ୟାହ୍ନରେ ଏକ ଯନ୍ତା ସାହାର୍ଯ୍ୟରେ ମାଙ୍କଡ ଟିକୁ ଧରିବାରେ ସକ୍ଷମ ହୋଇଥିଲେ । ପରେ ଉକ୍ତ ପାଗଳ ମାଙ୍କଡଟିକୁ ନେଇ ଭଅଁରା ଜଙ୍ଗଲରେ ଛଡା ଯାଇଛି । ପାଗଳ ମାଙ୍କଡ ଧରାହେବା ପରେ ବାଲିପାଟନା ଅଂଚଳରେ ସୃଷ୍ଟି ହୋଇଥିବା କୋକୁଆଭୟ ଦୂର ହୋଇଛି ।