Odisha news

ପୋଷ୍ଟ ଅଫିସ ଆଣିଲା ପିଲା ମାନଙ୍କ ପାଇଁ ଅଦ୍ଭୁତ ସ୍କିମ୍ : ୧୦ ବର୍ଷରୁ ଉର୍ଦ୍ଧ୍ବ ପିଲା ମାନଙ୍କ ପାଇଁ ଖୋଲନ୍ତୁ ଖାତା, ପାଠ ପଢିବା ପାଇଁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା

0
ନୂଆଦିଲ୍ଲୀ : ଯଦି ଆପଣ ବିନା ରିସ୍କ୍ ରେ ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ୍ ସ୍କିମ ସବୁଠୁ ବଢିଆ । ପୋଷ୍ଟ ଅଫିସରେ MIS ରେ ଏପରି ସେଭିଂସ ସ୍କୀମ ବାହାରିଛି ଯାହାଦ୍ଵାରା ଆପଣ ଗୋଟିଏ ଥର ପଇସା ଇନ୍ଭେଷ୍ଟ କରି ପ୍ରତି ମାସରେ ଲାଭ ପାଇ ପାରିବେ । ଏହି ଆକାଉଣ୍ଟ ରେ ଅନେକ ଲାଭ ରହିଛି । ଏହି ଆକାଉଣ୍ଟ ୧୦ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ପାଇଁ କରାଯାଇ ପାରିବ । ଯଦି ଆପଣ ନିଜ ସନ୍ତାନ ପାଇଁ ଖାତା ଖୋଲିଛନ୍ତି ତେବେ ପ୍ରତି ମାସରେ ଆପଣ ଇଣ୍ଟ୍ରେଷ୍ଟ ପାଇ ପାରିବେ ।
ପୋଷ୍ଟ ଅଫିସ ର ଏହି ଆକାଉଣ୍ଟ କୁ ଯେ କୌଣସି ଡାକଘରେ ଯାଇ ଖୋଲି ପାରିବେ । ଏଥିରେ ଅତି କମ୍ ରେ ୧୦୦୦ ଟଙ୍କା ଡିପୋଜିଟ କରାଯିବ । ଆପଣ ୧୦୦୦ ଟଙ୍କାରୁ ମଧ୍ୟ ଅଧିକ ଟଙ୍କା ଡିପୋଜିଟ୍ କରି ପାରିବେ । ବର୍ତ୍ତମାନ୍ ଇଣ୍ଟ୍ରେଷ୍ଟ ରେଟ୍ ୬.୬ ରହିଛି । ଯଦି ଆପଣଙ୍କ ପିଲାର ବୟସ ୧୦ ବର୍ଷରୁ ଉର୍ଦ୍ଧ୍ବ ତେବେ ଆପଣ ଏହି ଖାତା ନିଜ ପିଲା ନାମରେ ଖୋଲି ପାରିବେ । ଯଦି ୧୦ ବର୍ଷରୁ କମ୍ ତେବେ ପିତାମାତା ଙ୍କ ନାମରେ ଖୋଲା ଯିବ । ଏହି ସ୍କୁମ୍ ରେ ମାଚୁରିଟି ୫ ବର୍ଷ ରେ ହୋଇଥାଏ ।
ଏହିପରି ଭାବରେ –
ଯଦି ଆପଣଙ୍କ ପିଲାର ୧୦ ବର୍ଷର ଅଟେ, ଯଦି ଆପଣ ତାଙ୍କ ନାମରେ ୨ ଲକ୍ଷ ଟଙ୍କା ଡିପୋଜିଟ୍ କରନ୍ତି , ତେବେ ପ୍ରତି ମାସରେ ଆପଣଙ୍କ ଇଣ୍ଟ୍ରେଷ୍ଟ ୬.୬ ପ୍ରତିଶତ ବର୍ତ୍ତମାନ୍ ଦରରେ ୧୧୦୦ ଟଙ୍କା ହେବ । ପାଞ୍ଚ ବର୍ଷରେ ଏହି ଇଣ୍ଟ୍ରେଷ୍ଟ ୬୬ହଜାର ଟଙ୍କା ହେବ ଓ ଶେଷରେ ଆପଣଙ୍କୁ ୨ ଲକ୍ଷ ଟଙ୍କା ରିଟର୍ଣ୍ଣ ମଧ୍ୟ ମିଳିବ । ଯାହାଦ୍ଵାରା ଆପଣ ଏହି ୧୧୦୦ ଟଙ୍କା କୁ ସେମାନଙ୍କ ପାଠ ପଢ଼ାରେ ଲଗାଇ ପାରିବେ ।
ପ୍ରତି ମାସରେ ୧୯୨୫ ଟଙ୍କା ମିଳିବ –
ଏହି ଆକାଉଣ୍ଟ୍ ଆପଣ ଜଏଣ୍ଟ ରେ ମଧ୍ୟ ଖୋଲି ପାରିବେ । ଯଦି ଆପଣ ଏହି ଆକାଉଣ୍ଟ୍ ରେ ୩.୫୦ ଲକ୍ଷ ଡିପୋଜିଟ୍ କରୁଛନ୍ତି ତେବେ ବର୍ତ୍ତମାନ୍ ଦରରେ ୧୯୨୫ ଟଙ୍କା ଲାଗିବ ।
ଏହି ସ୍କିମ ର ଅଧିକତମ ଲିମିଟ ୪.୫ ଲକ୍ଷ ଅଟେ । ଯାହାର ଇଣ୍ଟ୍ରେଷ୍ଟ ଆପଣ ୨୪୭୫ ଟଙ୍କା ପାଇବେ ।
Govt
Leave A Reply