Odisha news

ଉଚ୍ଚ ରକ୍ତଚାପ ପାଇଁ ରାମ ବାଣ ଅଟେ ଭୃଷୁଙ୍ଗ ପତ୍ର : ଏପରି କରନ୍ତୁ ସେବନ

0
ଆଜିକାଲି ଅତ୍ୟଧିକ ଉତେଜନା ଓ ଅନିୟମିତ ଜୀବନଶୈଳୀ ପାଇଁ ଯୁବକ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟା ରେ ଗ୍ରସିତ ହେଉଛନ୍ତି । ଉଚ୍ଚ ରକ୍ତଚାପ ପୂର୍ବରୁ ବୟସ୍କ ମାନଙ୍କୁ ହେଉ ଥିଲା, କିନ୍ତୁ ବର୍ତ୍ତମାନ୍ ଏହା ସମସ୍ତ ଆୟୁ ବର୍ଗ ର ଲୋକଙ୍କ ନିକଟରେ ଦେଖା ଯାଉଛି ।
ଉଚ୍ଚ ରକ୍ତଚାପ ଦ୍ଵାରା ବିଶେଷ ଭାବରେ ଯୁବକ ମାନେ ଆକ୍ରାନ୍ତ ହେଉଛନ୍ତି । ଏହା ଗୋଟିଏ ଏପରି ଅବସ୍ଥା ଯେଉଁଠି ଧମନୀ ରେ ରକ୍ତ ଚାପ ପଡିଥାଏ ଓ ହାର୍ଟ କିଛି ମାତ୍ରାରେ ଅଧିକ କାମ କରିଥାଏ । ସାଧାରଣ ରକ୍ତଚାପ ୧୨୦/୮୦ ରହିବା ଆବଶ୍ୟକ । ଯେବେ ରକ୍ତଚାପ ସ୍ତର ବୃଦ୍ଧି ହୋଇଥାଏ ସେତେବେଳେ ହାଇପର୍ ଟେନ୍ସନ୍ ହୋଇଥାଏ ।
ଶୀତଋତୁରେ ରକ୍ତଚାପ ସାମାନ୍ୟ ବୃଦ୍ଧି ହୋଇଥାଏ । ତେଣୁ ସମୟ ଥାଉ ଥାଉ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ଭୃଶୁଙ୍ଗ ପତ୍ରରେ କ୍ୟାଲସିୟମ, ଫସଫରସ, ମଗ୍ନେଶୀୟମ, ଆଇରନ ଓ କପର ଦେଖିବାକୁ ମିଳିଥାଏ । ଏହି ପତ୍ରରେ ଥିବା କର୍ବୋଜଲ୍ କୋଲେଷ୍ଟ୍ରାଳ ସ୍ତର କୁ ନିୟନ୍ତ୍ରଣ କରିଥାଏ ।
* ରକ୍ତଚାପ ରୋଗୀମାନେ ଏହିଭଳି ସେବନ କରନ୍ତୁ –
– ନିୟମିତ ଭାବରେ ସେବନ କରିବା ଉଚିତ୍। ଯାହା ଦ୍ଵାରା ରକ୍ତଚାପ ଆମ ଠାରୁ ଦୂରେଇ ରହିବ ।
– ପ୍ରତିଦିନ ୪-୫ ଟି ଭୃସୁଙ୍ଗ ପତ୍ର ନିଅନ୍ତୁ । ଏହାକୁ ଭଲରେ ଧୋଇ ଖାଇ ନିଅନ୍ତୁ । ପ୍ରତିଦିନ ଏହିପରି ସକାଳୁ ଖାଲି ପେଟରେ ଖାଇଲେ ରକ୍ତଚାପ ଓ ମଧୁମେହ ରୁ ଆରାମ ମିଳିବ ।
– ନିୟମିତ ଭାବରେ ପ୍ରତିଦିନ କିଛି ଭୃଷୁଙ୍ଗା ପତ୍ର ନେଇ ତାହାକୁ ଏକ କପ୍ ପାଣି ରେ ସିଝନ୍ତୁ । ଭଲରେ ଫୁଟାଇ ନେଇ ଗୋଟିଏ ଛଣା ସାହାଯ୍ୟରେ ଛଣୀ ନେଇ ପିଇ ନିଅନ୍ତୁ । ଦେଖିବେ ଧୀରେ ଧୀରେ ମଧୁମେହ ଓ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
IEC 2 years
Leave A Reply