Odisha news

ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ଘରେ ରଖନ୍ତୁ ନାହିଁ ଭଗବାନ୍ ଙ୍କର ଏପରି ଫଟୋ ବା ମୂର୍ତ୍ତି

0
ଘରର ସୁଖ ସମୃଦ୍ଧି ଓ ବୈଭବ ପ୍ରାପ୍ତି ପାଇଁ ଧର୍ମ, ଜ୍ୟୋତିଷ ଓ ମାନ୍ୟତା ର ସାହାରା ନିଆ ଯାଉଛି । ଆମ ହିନ୍ଦୁ ଧର୍ମରେ ପ୍ରାୟ ସମସ୍ତ ଘରେ ଈଶ୍ବରଙ୍କ ବିଭିନ୍ନ ଫଟୋ ଓ ମୂର୍ତ୍ତି ରଖାଯାଇ ଥାଏ । କାରଣ ଆମେ ଈଶ୍ୱର ବିଶ୍ବାସୀ ଅଟୁ । କିନ୍ତୁ ଶାସ୍ତ୍ର ଅନୁସାରେ ଭଗବାନ୍ ଙ୍କ ର ସମସ୍ତ ମୂର୍ତ୍ତି ରଖିବା କିମ୍ବା ଲଗାଇବା ଶୁଭ ନୁହେଁ ।
ଆଜି ଆସନ୍ତୁ ଜାଣିବା କିଭଳି ମୂର୍ତ୍ତି କଣ ପ୍ରଭାବ ପକାଇ ଥାଏ :
୧) ଭଗବାନ୍ ଙ୍କର ରୌଦ୍ର ରୂପ ମୂର୍ତ୍ତି ଘରର ଠାକୁର ଘରେ ରଖିବା ଠିକ୍ ନୁହେଁ । ରୌ ଦ୍ର ରୂପ ଉଗ୍ର ରୂପର ପ୍ରତୀକ ଅଟେ । ସବୁବେଳେ ଭଗବାନ୍ ଶିବ ଙ୍କର ସୌମ୍ୟ ଶାନ୍ତ ରୂପ ଦେଖିବା ଦ୍ଵାରା ସକାରାତ୍ମକ ଶକ୍ତି ଆସିଥାଏ ଓ ମନ ଶାନ୍ତ ରହିଥାଏ ।
୨) କେବେବି ଘରେ ଠାକୁରଙ୍କ ର କୌଣସି ଖଣ୍ଡିତ ମୂର୍ତ୍ତି କିମ୍ବା ଖଣ୍ଡିତ ଫଟୋ ରଖିବା ଠିକ୍ ନୁହେଁ । ଖଣ୍ଡିତ ଫଟୋ ଓ ମୂର୍ତ୍ତି ବାସ୍ତୁ ଉପରେ ପ୍ରଭାବ ପକାଇ ଥାଏ । ଯଦି ଏପରି ମୂର୍ତ୍ତି ରହୁଚି ତେବେ ପାଣି ରେ ଭସାଇ ଦେବା ଆବଶ୍ୟକ ।
୩) ଘରର ପୂଜା ସ୍ଥାନରେ ଭଗବାନ୍ ଙ୍କର ଯୁଦ୍ଧ କିମ୍ବା ରାକ୍ଷସ ବଧ ଫଟୋ ମୂର୍ତ୍ତି ରଖିବା ଠିକ୍ ନୁହେଁ । କେବଳ ଏଭଳି ଫଟୋ ଓ ମୂର୍ତ୍ତି କେବଳ ମନ୍ଦିରରେ ଦର୍ଶନ କରିବା ଉଚିତ୍ । ଯଦି ରଖୁଛନ୍ତି ପୂଜା ଘରେ ତେବେ ଦୁର୍ଗା ଙ୍କର ଫଟୋ ରଖନ୍ତୁ କିନ୍ତୁ ତାଙ୍କ ସହିତ ମାଧବ ରହିବା ଆବଶ୍ୟକ ।
୪) ପିଠି ଦେଖା ଯାଉଥିବା ଭଗବାନ୍ ଙ୍କ ଫଟୋ ମଧ୍ୟ ପୂଜା ସ୍ଥାନରେ ରଖିବା ଉଚିତ୍ ନୁହେଁ । ଯେଵେବି ଦର୍ଶନ କରିବେ ମନରେ ନକାରାତ୍ମକ ଭାବନା ଆସିଥାଏ ।
୫) ପୂଜା ସ୍ଥାନରେ ସାମ୍ନା ସମ୍ନି ଦୁଇଟି ଭଗବାନ୍ ଙ୍କ ପ୍ରତିମା କିମ୍ବା ଫଟୋ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ଓ କାମ କାର୍ଯ୍ୟରେ ବାଧା ଉପୁଜି ଥାଏ ।
IEC 2 years
Leave A Reply