Odisha news

ଶୀତଋତୁ ରେ ମହୁ କେବଳ ଥଣ୍ଡା କାଶ ପାଇଁ ନୁହେଁ ୯ଟି ରୋଗ ପାଇଁ ରାମ ବାଣ

0
ଶୀତଋତୁ ରେ ମହୁ ହେଉଛି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ବୋଲି ଆମେ ସମସ୍ତେ ଜାଣିଛୁ । ଏଥିରେ ପ୍ରାକୃତିକ ଗୁଣ ରହିଛି ଯାହା ଶରୀରକୁ ଭିତରୁ ସୁସ୍ଥ ରଖିଥାଏ । ଶୀତଋତୁ ରେ ପ୍ରତିଦିନ ମହୁ ସେବନ କରିବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବେ । ମହୁ ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ ।
* ମହୁରେ ଆଇରନ, କ୍ୟାଲସିୟମ, ପ୍ରୋଟିନ, ପୋଟାସିୟମ, ସୋଡ଼ିୟମ୍, ଭିଟାମିନ ବି ଓ ସି, କାର୍ବୋହାଇଡ୍ରେଟ ଭଳି ପୋଷାକ ତତ୍ତ୍ଵ ରହିଛି । ଯାହା ମହୁକୁ ସେବନ କରିବା ଦ୍ୱାରା ଆମକୁ ମିଳିଥାଏ ।
୧- ମହୂରେ ଥିବା ପୋଷାକ ତତ୍ତ୍ଵ ଆମକୁ ସ୍ଫୁର୍ତି ଯୋଗାଇ ଥାଏ । ଏହାକୁ ସେବନ କରିବା ଦ୍ୱାରା ଉର୍ଜା ବୃଦ୍ଧି ହୋଇଥାଏ ।
୨- ଶୀତଋତୁ ରେ ଥଣ୍ଡା, କାଶ, ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା ଇତ୍ୟାଦି ରୁ ମହୁ ଆରାମ ଦେଇଥାଏ ।
୩ – ଆପଣ ପାଚନ ସମ୍ବନ୍ଧୀୟ ସମସ୍ୟା ପାଇଁ ଔଷଧ ସ୍ଥାନରେ ମହୁର ପ୍ରୟୋଗ କରି ପାରିବେ । ଏହାଦ୍ବାରା ପେଟ ସଫା ହୋଇଥାଏ ଏବଂ ପେଟର ସଂକ୍ରମଣ ଠିକ୍ ରହିଥାଏ ।
୪- ଯଦି ଆପଣ ମହୁ କୁ ଉଷୁମ ପାଣି ରେ ମିଶାଇ ସେବନ କରିବେ ତେବେ ଲାଲ୍ ରକ୍ତ କୋଷିକା ର ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏପରି କରିବା ଦ୍ବାରା ରକ୍ତ ହୀନତା ଦୁର ହୋଇଥାଏ ।
୫- ଯଦି ଆପଣ ନିମ୍ନ ରକ୍ତଚାପ ସମସ୍ୟା ରେ ଆକ୍ରାନ୍ତ ହେଉଛନ୍ତି ତେବେ ମହୁ ଏହାକୁ ଦୁର କରିଥାଏ । ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ଅକ୍ସିଯେନ୍ ଠିକ୍ ଭାବରେ ମସ୍ତିଷ୍କ ରେ ପହଞ୍ଚି ନଥାଏ । ଏହାକୁ ମହୁ ଦୁର କରିଥାଏ ।
୬- ରାତିରେ ଶୋଇବା ପୁର୍ବରୁ ଉଷୁମ କ୍ଷୀର ରେ ମହୁ ମିଶାଇ ପିଇବା ଦ୍ଵାରା ମାନସିକ ଚାପ ଦୁର ହୋଇଥାଏ ଓ ଭଲ ନିଦ ହୋଇଥାଏ ।
୭- ତ୍ଵଚା ପାଇଁ ମହୁ ଖୁବ୍ ହିତକର । ଏହା ଚର୍ମ କୁ ଉଜ୍ଜଳ କରିବା ସହ ସୁସ୍ଥ ରଖିଥାଏ ।
୮- ମହୁ ସେବନ କଲେ ଶରୀରରୁ ଖରାପ୍ କୋଲେସ୍ତ୍ରାଲ ଦୁର ହୋଇଥାଏ ।
୯ – ମହୁ ସେବନ କରିବା ଦ୍ୱାରା ଶରୀରରେ ଶରୀର ଫୁଲିବା ଦୁର କରିଥାଏ ।
IEC 2 years
Leave A Reply