Odisha news

ମଧୁମେହ ରୋଗୀଙ୍କ ପାଇଁ ପାୱାର ହାଉସ ଅଟେ ଡାଳିମ୍ବ

0
ଡାଳିମ୍ବ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହିତକର ଅଟେ, ଏହା ଗୋଟିଏ ପୌଷ୍ଟିକ ଫଳ ଅଟେ l ଡାଳିମ୍ବ ର ସ୍ୱାଦ ଯେପରି ସ୍ୱାଦିଷ୍ଟ ସେହିଭଳି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ l ଅନେକ ରୋଗର ଉପଚାର ପାଇଁ ଡାକ୍ତର ଡାଳିମ୍ବ ଖାଇବାକୁ ପରାମର୍ଶ ଦେଇ ଥାଆନ୍ତି l
ଡାଳିମ୍ବରେ ଭିଟାମିନ ସି, ଭିଟାମିନ ବି ପ୍ରଚୁର ମାତ୍ରାରେ ରହିଥାଏ, ଏହାଛଡା ମଗ୍ନେଶୀୟମ, ପୋଟାସିୟମ, ଫସଫରସ, ସେଲେନିୟମ ଓ ଜିଙ୍କ ଭରି ରହିଥାଏ l କିନ୍ତୁ ଅନେକ ଲୋକ ଏହାର ଲାଭ ବିଷୟରେ ନଜାଣି ଖାଇବାକୁ ଇଛା କରନ୍ତି ନାହିଁ l
– ଡାଳିମ୍ବ ରସ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଅମୃତ ସମାନ l ନିୟମିତ ସକାଳୁ ରକ୍ତଚାପ ରୋଗୀ ଡାଳିମ୍ବ ରସ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଓ ଶରୀରକୁ ସତେଜତା ପ୍ରଦାନ କରିଥାଏ l
– ମଧୁମେହ ରୋଗୀମାନେ ନିଜର ଚିକିତ୍ସା ପାଇଁ ଡାଳିମ୍ବ ରସ ସେବନ କରିବା ଦ୍ୱାର ଇନ୍ସୁଲିନ ସ୍ତର କମିବାରେ ସାହାଯ୍ୟ ମିଳିଥାଏ ଓ ବ୍ଲଡ଼ ସୁଗାର ସ୍ତର କମି ଥାଏ l ମଧୁମେହ ରୋଗୀ ସକାଳୁ ଖାଲି ପେଟରେ କିମ୍ବା ସନ୍ଧ୍ୟା ସମୟରେ ଖାଲି ପେଟରେ ସେବନ କରିବା ଖୁବ ହିତକର l
– ଡାଳିମ୍ବ ରେ ଥିବା ପାୱାରଫୁଲ ଆଣ୍ଟି ଅକ୍ସିଡେଣ୍ଟ ଅନ୍ୟଫଳ ଅପେକ୍ଷା ଅଧିକ ରହିଥାଏ l ଏହାକୁ ସେବନ କରିବା ଦ୍ୱାରା କୋଷିକା ଗୁଡିକ ମଜବୁତ ହୋଇଥାଏ ଓ ହାଡ଼ ମଜବୁତ ହୋଇଥାଏ l ତେଣୁ ଆଣ୍ଠୁ ଗଣ୍ଠି ରୋଗୀମାନେ ନିୟମିତ ଡାଳିମ୍ବ ନିୟମିତ ସେବନ କରିବା ଜରୁରୀ l
– ଡାଳିମ୍ବ ରସ କ୍ୟାନ୍ସର ରୋଗୀଙ୍କ ପାଇଁ ଖୁବ ହିତକର ବୋଲି କୁହାଯାଇ ଥାଏ l ବିଶେଷ ଭାବରେ ପ୍ରୋଷ୍ଟେଟ କ୍ୟାନ୍ସର ପାଇଁ ଡାଳିମ୍ବ ରସ ଖୁବ ହିତକର ଅଟେ l
– ଅଲଜାଇମର ବଢ଼ିବାରୁ ଅଟକାଇଥାଏ ଡାଳିମ୍ବ ରସ l ଏହାଛଡା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ କରିଥାଏ ସାହାଯ୍ୟ l
– ଡାଳିମ୍ବ ରସ ଅନ୍ତ କୋଷ କୁ ଫୁଲିବାରୁ ଅଟକାଇ ଥାଏ ଓ ପାଚନ କ୍ରିୟାକୁ ମଜବୁତ କରିଥାଏ l କିନ୍ତୁ ଝାଡା ରୋଗୀଙ୍କୁ ଡାଳିମ୍ବ ରସ ଦେବା ଉଚିତ ନୁହେଁ l
– ଗଣ୍ଠି ଯନ୍ତ୍ରଣା ହେଉ କିମ୍ବା ଅନ୍ୟ ଯେ କୌଣସି ପ୍ରକାରର ହାଡ଼ ଜନିତ ସମସ୍ୟା ହେଉ ଡାଳିମ୍ବ ରସ ଖୁବ ହିତକର l
– ଯେଉଁ ବ୍ୟକ୍ତି ନିୟମିତ ଡାଳିମ୍ବ ରସ ସେବନ କରିଥାଏ ତାର ରକ୍ତଚାପ ନିୟନ୍ତ୍ରଣ ରହି ହାର୍ଟ ସୁସ୍ଥ ରହିଥାଏ l
Nalco
Leave A Reply