ପୋଲସରା :10/11/21(ରଂଜୟ ପାଣିଗ୍ରାହୀ ) : ପୁଣି ପ୍ରଶାସନ ଆଶ୍ୱାସନ ଦେଇ ଲୋକଙ୍କୁ ମିଛକହି ବହୁବର୍ଷହେବ ଠକି ଆସୁଥିବାବେଳେ ଦୃଢ ଜବାବ ଦେଇ କାର୍ଯ୍ୟକୁ ସିମେଣ୍ଟ ରଡ଼ ରେ ନକଲେ ମଧ୍ୟ୍ୟ କାମ ଚଳାଇବାପାଇଁ ବାଉଁଶରେ ଏକ ପୋଲନିର୍ମାଣ କରି ଦେଖାଇଛନ୍ତି l ଗ୍ରାମବାସୀଙ୍କ ଏପରି ଏକବିପଦ ପୂର୍ଣ୍ଣ ଅସ୍ଥାଇ ବାଉଁଶ ପୋଲର ଖବରସଂଗ୍ରହ ପାଇଁ ଆମର ପୋଲସରା ପ୍ରତିନିଧି ପୋଲସରା ବ୍ଲକ ବଡ଼ପଂକଳବାଡ଼ିର ଚଣ୍ଡୀରାମଚନ୍ଦ୍ରପୁର ଗ୍ରାମରେ, ଥିବା ବାଘୁଆନଦୀ କୂଳରେ ଯେଉଁଠିକି ଗ୍ରାମବାସୀ ମିଶି ନିର୍ମାଣ କରିଛନ୍ତି ଏକ ବାଉଁଶ ପୋଲ, ଯୋଉଁ ବାଉଁଶ ପୋଲ ପ୍ରତିଜୀବନ ପାଇଁ ଏକ ବିପଦ ଅଟେ କାରଣ ଏହି ବାଉଁଶ ପୋଲଟି କେବଳ ଲୁହାକଣ୍ଟା ଓ ଲୁହାତାର ରେ ନିର୍ମାଣ ଅଟେ l ଏହି ଗ୍ରାମରେ ବାସ କରନ୍ତି ତିନିଶହ ପରିବାର ଏହିମାନଙ୍କର ନଦୀ ର ପୃର୍ବପଟ ରେ ହଜାର ହଜାର ଭରଣ ଜମିଜମାଉପରେ ଆଶ୍ରୟ କରି ବଞ୍ଚିଥାନ୍ତି l ଏହି ବିପଦ ପୂର୍ଣ୍ଣ ବାଉଁଶ ପୋଲ ଦେଇ ପ୍ରତିଦିନ ଗ୍ରାମବାସୀ ବୃଦ୍ଧା, ବୃଦ୍ଧା, ଛାତ୍ର ଛାତ୍ରୀ ମାନେ ସ୍ୱଳ୍ପ ସମୟ ଦୁଷ୍ଟିରୁ ଏହି ରାସ୍ତା ଦେଇ ନିକଟସ୍ତ ସହର ପୋଲସରାକୁ ଗମନାଗମନ କରିବା ସହ, ଏହି ବାଉଁଶପୋଲ ଦେଇ ପୂର୍ବଦିଗ ରେ ଉକ୍ତ ଗ୍ରାମବାସୀଙ୍କ ମନ୍ଦିର, ସ୍କୁଲ ରହିଥିବହେତୁ ସେମାନେ ଏହିପଟେ ଯିବାଆସିବା ସହ ନିଜପରିବାରର ପେଟପାଟଣା କରିଥାନ୍ତି l ଏହି ବାଘୁଆନଦୀ ରାସ୍ତାରେ ଖାଲସହ ପଥରଖମା ହୋଇଥିବାରୁ ଅହିରାସ୍ତାରେ ବହୁତ ପାଣି ଜମା ରହିବାହେତୁ ଲୋକମାନେ ମେଡିକାଲ, ସ୍କୁଲ ଯିବାକୁହେଲେ ଉକ୍ତ ଗ୍ରାମରୁ ଆଠକିଲୋମିଟର ବଡପଂକଳବାଡି ବ୍ରିଜି ଦେଇ ଯାଉଥିବାବେଳେ ବହୁଅସୁବିଧା ର ସମୁଖୀନ ହୋଇବାକୁପଡିଥାଏ l ଏହି ଅସୁବିଧା ନେଇ ଗ୍ରାମବାସୀ ବହୁବାର ପୋଲସରା ପ୍ରଶାସନ, ବିଡ଼ିଓ, ତହସିଲ, ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଦୃଷ୍ଟିଗୋଚର କରିସାରିଛନ୍ତି କିନ୍ତୁ ଵର୍ତମାନ ସୁଦ୍ଧା ଗ୍ରାମବାସୀଙ୍କ ପାଇଁ ବ୍ରିଜତ ଦୂରରେକଥା ଗମନାଗମନ ପାଇଁ ଜକର ଧନେଇ ନଦୀରେ ନିର୍ମାଣ ହୋଇଥିବା ବ୍ରିଜ ପରିଏକ ବ୍ରିଜ ଅଳପଅଟକଳରେ କରାଯାଇପାରିଥିଲେ ଏହିଗ୍ରାମର ତିନିଶହ ପରିବାର ବହୁଅସୁବିଧାରୁ ବତ୍ରୀ ଯାଇଥାନ୍ତେ l ଏଣୁ ତୁରନ୍ତ ରାଜ୍ୟସରକାର, ଜିଲ୍ଲାପ୍ରଶାସନ ଏହି ଗ୍ରାମବାସୀଙ୍କ ଅଭିଯୋଗ କୁ କେତେ ଶୀଘ୍ର କାର୍ଯ୍ୟକାରୀ କରୁଛନ୍ତି ତାହା ସମୟ କହିବ l

Comments are closed.