ପୋଲସରା୧୪.୮.୨୧(ରଞୟ ପାଣିଗ୍ରାହୀ) ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ପଞ୍ଚାୟତ ରେ ଶନିବାର ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟା ଯୋଜନା ରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ବ୍ଳକ ପ୍ରୋଗ୍ରାମ ମେନେଜେର ସଂଜୁ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପୋଲସରା ବିଡ଼ିଓ ସୁରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ବିଭିନ୍ନ କମ୍ପାନୀ ରେନିଯୁକ୍ତି ମିଳିଥାଏ।ଏଥିରେ ୪ ଗୋଟି ପଞ୍ଚାୟତ କଣଛାଇ, ଢୁଙ୍କାପଡା,କେନ୍ଦୁବାଡି ଓ ବଡ ପଙ୍କଳ ବାଡ଼ି ପ୍ରମୁଖ ପଞ୍ଚାୟତ ର ଶତାଧିକ ଛାତ୍ରୀଛାତ୍ର ଯୋଗ ଦେଇ ନିଜର ନାମ ପଞ୍ଜିକରଣ କରିଥିଲେ।ଏହି ନିଯୁକ୍ତି ମେଳାରେ ୪ ଗୋଟି କମ୍ପାନୀ ଆସି ଯୁବତୀ ଓ ଯୁବକ ମାନଙ୍କୁ କମ୍ପାନୀ ର ନିୟମ ସହ ନିଯୁକ୍ତି ପରେ ସେମାନଙ୍କ ର କାର୍ଯ୍ୟ ସହ ରହିବା ଖାଇବା ଦରମା ଆଦି ଉପରେ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଉପଧଖ୍ୟା ସଂଯୁକ୍ତା ବାଡ଼ତ୍ୟା,ସରପଞ୍ଚ କୁନି ଜେନା,କଣଛାଇ ସରପଞ୍ଚ ପାଣ ନାହାକ ବସନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.