Odisha news

କାଳିଆ ଯିବା ପରେ ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଜଗା କାଳିଆ ଘଟଣା ରେ କାଳିଆର ଦେହାନ୍ତ ପରେ ଏବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗା ସହ ତାଙ୍କ ବାପା ମା ରହି ଆସୁଛନ୍ତି । କିନ୍ତୁ ଗତ ସାତ ତାରିଖ ଶନିବାର ଦିନ ଜଗାକୁ ମିଳିଛି ଭଉଣୀ । କାଳିଆ ଯିବା ପରେ ଜଗା ଏକା ହୋଇଯାଇଥିଲା। ଏବେ ନୂଆ ଅତିଥି ଜଗାକୁ ମିଳିଲା ସାଥି ରୂପରେ ଭଉଣୀ। ଗତ ଶନିବାର ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ଜଗାର ମା ସଂଯୁକ୍ତା କହଁର। ସୂଚନା ପ୍ରକାରେ କଟକ ବଡ ମେଡିକାଲରୁ ଜଗାକୁ ଫୁଲବାଣୀ ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ଏକ ସ୍ୱତନ୍ତ୍ର ୱାର୍ଡରେ ଜଗା ସହିତ ତାର ମା ସଂଯୁକ୍ତା କହଁର ରହି ଆସୁଛନ୍ତି। ଶିଶୁ କନ୍ୟାର ନାଆ ରଖିଛନ୍ତି ସୁଭଦ୍ରା। ଯୋଡ଼ା ମୁଣ୍ଡ ଶିଶୁ ଭାଇକୁ ହରାଇ ପାଇଛି ଭଉଣୀକୁ। ଏବେ ସମସ୍ତେ ଟିକେ ଖୁସି ବ୍ୟକ୍ତ କରିଛନ୍ତି।
Ad2

Comments are closed.