ପୋଲସରା-(ରଂଜୟ ପାଣିଗ୍ରାହୀ)ପୋଲସରା ବ୍ଲକଅନ୍ତର୍ଗତ ରୁମାଗଡ଼ ଠାରେ ଆଜି 72 ସାଧାରଣତନ୍ତ୍ର ଦିବସରେ ପୋଲସରା ବିଧାନସଭା ର ଜଣା ଶୁଣା ସମାଜସେବି ତଥା ଘୁମୁସରଜିଲା ବିଜେପି ର ଉପସଭାପତି ଶ୍ରୀ ପ୍ରଭାକର ପଣ୍ଡାଙ୍କ ଦ୍ଵାରା ଉକ୍ତ ଗ୍ରାମରେ ଥିବା ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଗ୍ରାମରେ ଥିବା ଏମ ଇ ସ୍କୁଲ ରେ ଶିକ୍ଷକ ମାନଙ୍କ ଗହଣରେ ରହି ଜାତୀୟ ପତକା ଟିକୁ ଉତ୍ତଳନ କରିଥିଲେ। ଉତ୍ତଳନ ସମୟରେ ପାଖରେ ସ୍କୁଲର ପ୍ରଧାନ ଶିକ୍ଷକସନ୍ତୋଷ କୁମାର ସାହୁ ଙ୍କ ସହ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହିବା ସହ 39 ନମ୍ବର ଜିଲ୍ଲା ପରିଷଦ ଜଗନାଥ ବେହେରା,ସରପଞ୍ଚ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଖଟୁଆ,ବିଦେସି ସାମଲଙ୍କ ସହ ଗ୍ରାମର ବହୁ ବୁଦ୍ଧିଜୀବିଉପସ୍ଥିତ ରହିଥିଲେ।ସେହିପରି ପଚାୟତ ଗୃହରେ ସ୍ତାନୀୟ ସରପଞ୍ଚ ବନିତା ଖଟୁଆ ଜାତୀୟ ପତକା କୁ ଉତ୍ତଳନ କରିବା ସହ,ଆୟୁବେଦ ଅଫିସରେ ଡକ୍ଟର ଆନିଳ କୁମାର ସାହୁ ,ପୋଲସରା ଶିଖାଧିକାରୀ ଅଫିସରେ ବିଇଓ ତ୍ରିଲୋଚନ ତ୍ରିପାଠୀ, ସିଡିପିଓ ଅଫିସରେ କୁନ୍ତଳା କୁମାରୀ ନଈକ,ବ୍ଲକ୍ ରେ ଅଧ୍ୟକ୍ଷ ବଳରାମ ସେଠି ,ତହସିଲ ଅଫିସ ରେ ତହସିଲଦାର ସୁକାନ୍ତ କୁମାର ମିଶ୍ର,ଏହିପରି ପୋଲସରା ର ସମସ୍ତ ସରକାରୀ ଅଫିସରେ ଜାତୀୟ ପତକା ଉତ୍ତଳନ କରିଥିବାର ଦେଖିବାକୁ ମିଳିଥିଲା ।
