ପୋଲସରା 13/01/22(ରଂଜୟ ପାଣିଗ୍ରାହୀ )ପୋଲସରା ବ୍ଲକ ଅନ୍ତର୍ଗତ ପ୍ରାଣଦେଇପୁର ଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ଆଜି ସ୍କୁଲର ସଭାପତି ଦୁର୍ଗାପ୍ରସାଦପାଢ଼ୀ ଓ ସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମହାରଣା ଙ୍କ ଉପସ୍ଥିତିରେ 51ଜଣଙ୍କ ମଧ୍ୟ୍ୟ ରୁ 23ଜଣ ପୁଅ 28ଜଣ ଝିଅ ଙ୍କୁ ଦୁଇ ହଳ ଲେଖାଏଁ ପେଣ୍ଟ, ଶାର୍ଟ ଓ ଏକ ହଳ ବୁଟ ସହ ଦୁଇ ହଳ ସାକ୍ସ ପ୍ରଦାନ କରାଯାଇଥିଲା l ଏହି ବଣ୍ଟନ ସମୟରେ ସହଶିକ୍ଷକ ଖାଦଳ ସାହୁ, ହାତୀଓଟ ସି ଆ ର ସି ସି ଲଷ୍ମୀନାରାୟଣ ପାଣିଗ୍ରାହୀ ଓ ସ୍କୁଲର କମିଟି ବୃନ୍ଦ ଉପସ୍ଥିତ ଥିଲେ l ଏହି ବଣ୍ଟନ ସମୟରେ କୋଭିଡ ନିୟମକୁ ପାଳନ କରିବାସହ ସମସ୍ତେ ମାସ ପରିଧାନ କରିବାସହ ଦୂରତା ବଜାୟ ରଖିଥିଲେ l
