ଗବେଷଣାର ଖୁଲାସା : ଗର୍ଭସ୍ଥ ଶିଶୁ ମଧ୍ୟ ପଲ୍ୟୁସନ ର ଶିକାର ହୋଇଥାଏ, ଯାହା ତାର ଶାରୀରିକ ବିକାଶ ରେ ବାଧା ସୃଷ୍ଟି କରେ
ପର୍ଯାବରଣ ରେ ବଢୁଥିବା ପ୍ରଦୂଷଣ ଜନ୍ମ ନହୋଇଥିବା ଶିଶୁକୁ ମଧ୍ୟ ଆକ୍ରମଣ କରିପାରେ l ଅନେକ ଗୁଡିଏ ଗବେଷଣାରେ ମଧ୍ୟ ଜଣା ପଡିଛି ଯେ ଗର୍ଭରେ ଥିବା ଶିଶୁ ଉପରେ ମଧ୍ୟ ପର୍ଯ୍ୟାବରଣ ପ୍ରଦୂଷଣ ର ପ୍ରଭାବ ପଡିଥାଏ l ନିକଟରେ ବୈଜ୍ଞାନିକ ମାନଙ୍କୁ ପ୍ରଥମ ଥର ପାଇଁ ୩ମାସ ର ଭୃଣ ଶରୀରରେ ବାୟୁ ପ୍ରଦୂଷଣ ର ଅନୁକୋଣ ମିଳିଛି l ଗର୍ଭରେ ବଢୁଥିବା ଶିଶୁର ଲିଭର, ଫୁସଫୁସ ଓ ମସ୍ତିଷ୍କ ରେ ନାନୋ ପାର୍ଟିକିଲସ ମିଳିଛି l ଏହାର ପ୍ରମାଣ ରହିଛି ଯେ ମାର ପ୍ରଶ୍ୱାସ ଦ୍ୱାରା ପ୍ରଦୂଷଣ ପ୍ଳେସେଣ୍ଟl କୁ ଅତିକ୍ରମ କରି ଶିଶୁ ର ଶରୀରରେ ପ୍ରବେଶ କରିଥାଏ l
– ବୈଜ୍ଞାନିକ ଙ୍କ ମତରେ ପ୍ରାରମ୍ଭିକ ୩ମାସ ପରେ ଶିଶୁର ଶରୀରର ବିକାଶ ହୋଇଥାଏ l ତେଣୁ ଏପରି ସ୍ଥିତିରେ ଜନ୍ମ ନହୋଇ ଥିବା ପିଲା ନିକଟରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ଅଟେ l ଏହି ଗବେଷଣାରେ ପ୍ରତ୍ୟେକ କ୍ୟୁବିକ ମିଲିମିଟର ରେ ହଜାର ହଜାର ବ୍ଲକ କାର୍ବନ ର ପାର୍ଟିକୀଲସ ମିଳିଥିଲେ l ଯାହାକି ମାର ଶ୍ୱାସ ଦ୍ୱାରା ପ୍ଳାସେଣ୍ଟl କୁ ଯାଇଥିଲା l
– ପର୍ଯ୍ୟାବରଣ ପ୍ରଦୂଷଣ ଦ୍ୱାରା ଗର୍ଭସ୍ଥ ଶିଶୁର ଠିକ ଭାବରେ ଶରୀରର ବିକାଶ ହୋଇ ନଥାଏ l ଏହା ଗର୍ଭସ୍ଥ ଶିଶୁକୁ ଶ୍ୱାସ ରୋଗରେ ମଧ୍ୟ ପୀଡିତ କରିଥାଏ l ଯାହା ଶିଶୁ ଜନ୍ମ ହେବା ପରେ ସମୁଖୀନ ହୋଇଥାଏ l
– ଗର୍ଭାବସ୍ଥାରେ ଯଦି ମା ପ୍ରଦୂଷଣ ଶିକାର ର ସମୁଖୀନ ହୋଇଥାଏ ତେବେ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ l ଯାହାଦ୍ୱାରା ଶିଶୁର ମାନସିକ ସ୍ତର ରେ ଅନେକ ଅସୁବିଧା ଦେଖା ଦେଇଥାଏ l
– ବୈଜ୍ଞାନିକ ଙ୍କ ଗବେଷଣାରେ କୁହାଯାଉଛି ଯେ ଗର୍ଭବତୀ ମା କଦାପି ପ୍ରଦ୍ୟୁଷଣ ସ୍ଥାନରେ ରହିବା ଉଚିତ ନୁହେଁ l ଏହା କେବଳ ବାହାରେ ହୋଇ ନଥାଏ ଘରେ ମଧ୍ୟ ପ୍ରଦୂଷଣ ହୋଇଥାଏ l ଯେପରିକି ଜଣେ ମହିଳା ରୋଷେଇ କରିବା ସମୟରେ ମଧ୍ୟ ଧୂଆଁ ତେଲ ଇତ୍ୟାଦିର ଶିକାର ହୋଇଥାଏ l
