Odisha news

ଦୁହୁରିଆରେ ପୋଲିସ ସହାୟତା କେନ୍ଦ୍ର ଉଦ୍ଘାଟିତ

0

କେନ୍ଦ୍ରାପଡା-୧୩/୦୬ କେନ୍ଦ୍ରାପଡ ସହରର ମୁଖ୍ୟ ପ୍ରବେଶ ପଥ କୁହାଯାଉଥିବା ଦୁହୁରିଆ ଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ଏକ ପୋଲିସ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହି ସହାୟତା କେନ୍ଦ୍ରକୁ ଏସପି ନୀତି ଶେଖର ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ସହାୟତା କେନ୍ଦ୍ର ଅପରାଧକୁ ନିୟନ୍ତ୍ରଣ କରିବା ସହ ଅପରାଧୀ ମାନେ ଯେପରି ଖସି ଯାଇ ପାରିବେ ନାହିଁ ସେଥିପାଇଁ ଗୁରୁତ୍ୱ ଦିଆ ଯାଇଛି ।

ଜିଲ୍ଲା ର ବିଭୀନ୍ନ ସ୍ଥାନରୁ ଅପରାଧୀ ମାନେ ଅପରାଧ କରି ଖସି ପଳାଉ ଥିବାର ସୂଚନା ପାଇଲେ କିମ୍ବା କୈାଣସି ଗାଡି ଦୁର୍ଘଟଣା ଘଟାଇ ଖସି ପଳାଉ ଥିବାର ଖବର ମିଳିଲେ ଏହି ଅପରାଧୀ ମାନଙ୍କୁ ଜାତୀୟ ରାଜପଥ ଏବଂ ଜଗତପୁର –କେନ୍ଦ୍ରାପଡା ରାସ୍ତାରେ ଧରିବାରେ ସକ୍ଷମ ହେବେ ବୋଲି ଏସପି ଶ୍ରୀ ନୀତି ଶେଖର ସୂଚନା ଦେଇଛନ୍ତି ।

ଏହି ସହାୟତା କେନ୍ଦ୍ରରେ ଅପରାଧୀ ମାନଙ୍କୁ ନଜର ରେ ରଖିବା ପାଇଁ ସିସି କ୍ୟାମେରା ସହିତ ପୋଲିସ ଚେକ ପୋଷ୍ଟର ବ୍ୟବସ୍ଥା କରାଯାଇଛି । ଏହି ସହାୟତା କେନ୍ଦ୍ର ଉଦ୍ଘାଟନ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି,ଡିଏସପି କାର୍ତିକ ଚନ୍ଦ୍ର ମଲିକ, ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ଟାଉନ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply