ଗୋଡିବନ୍ଧ : ଆଜି ଅନୁଗୁଳ ଜିଲ୍ଲା ସମଲ ଥାନାରେ ଡିନାମାଇଟ୍ ଦ୍ୱାରା ମାଛ ମରାଯାଇ ଅଂଚଳକୁ ଶବ୍ଦ ପ୍ରଦୂଷଣ କରୁଥିବା ସମଲ ଥାନାରେ ଅଭିଯୋଗ ହୋଇଛି । ସମଲ ଗ୍ରାମର ନଦୀକୂଳରେ ବସବାସକରି ଚଳି ଆସୁଥିବା ସଚେତନ ନାଗରିକ କିଶୋର ଚନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଥିବା ଥାନା ସୂତ୍ରରୁ ଜଣାପଡିଛି । ସୂଚନା ଯୋଗ୍ୟଯେ,ଚିରସ୍ରୋତା ବ୍ରାହ୍ମଣି ଗର୍ଭରେ ମସô୍ୟ ସମ୍ପଦ ଭରପୁର ରହିଥିବାବେଳେ ରେଙ୍ଗାଳି ଜଳସେଚନର ସମଲ ଆନିକଟରେ କୃଷକ ଓ ଚାଷୀକୂଳଙ୍କପାଇଁ ଜଳ ସମ୍ପଦ ଗଚ୍ଛିତ ହୋଇଛି । ଏହି ଆନିକଟର ତଳ ମୁଣ୍ଡରେ ମାଛ ମାରିବାକୁ ପ୍ରତି ୫ମିନିଟରେ ଗୋଟିଏ ଡିନାମାଇଟ୍ ଶବ୍ଦ ଶୁଣିବାକୁ ମିଳୁଛି । ଯାହାଦ୍ୱାରା ନଦୀକୂଳରେ ଥିବା ଘରଗୁଡିକର କବାଟ-ଝରକା ଭାଙ୍ଗିବାସହ ଗାଇଗାରୁମାନେ ଭୟାତୁର ହେଉଥିବା ନଜରକୁ ଆସୁଛି ।
ଗତକାଲି ନିଜର ବିଲବାଡି କାର୍ଯ୍ୟ ସାରି କିଶୋର ନଦୀରେ ଗାଧୋଉ ଥିବା ସମୟରେ ଦୁଇଟି ଡିନାମାଇଟ୍ ସେହି ଗ୍ରାମର ଅଙ୍ଗୀ ସାମଲ ପକାଇଥିଲା । ଯାହାଦ୍ୱାରା କିଶୋରଙ୍କୁ ପ୍ରଖର ବିଦ୍ୟୁତ୍ ଝଟ୍କା ଲାଗିଥିଲା । ଫଳରେ ସେ ସମ୍ପକ୍ତ ଯୁବକକୁ ବାରନକରିବାରୁ ସେ ତାଙ୍କ ପରିବାର ଓ ତାଙ୍କୁ ମାରିଦେବାକୁ ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଶିପୁର ଗ୍ରାମର ଜୈନେକ ବ୍ୟକ୍ତି ଚୋରାରେ ବ୍ୟବସାୟ କରି ଶହଶହ ପରିମାଣର ଡିନାମାଇଟ୍ ଯୋଗାଉଥିବାବେଳେ ପୋଲିସ୍ ତାର ଟେର୍ ପାଉନଥିବା ଅଭିଯୋଗ ହେଉଛି । ତେବେ ଏନେଇ ଅଭିଯୋଗ ପରେ ସମଲ ପୋଲିସ୍ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଛି ।