Odisha news

ପୋଲସରା ରଥ ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି।

0

ପୋଲସରା ବ୍ରାହ୍ମଣ ସାହି ରେ ବିଜେ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ଙ୍କ ରଥ ଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ପ୍ରାୟ ଅଢେଇ ଶହ ବର୍ଷ ଧରି ପୋଲସରା ବ୍ରାହ୍ମଣ ସାହିରେ ନିରବଚ୍ଛିନ୍ନ ଭାବେ ରଥ ଯାତ୍ରା ପାଳିତ ହୋଇ ଆସୁଛି। ଚଳିତ ବର୍ଷ କିନ୍ତୁ ମହାମାରୀ କରୋନା ର ସଂକ୍ରମଣ ଆଶଙ୍କା ଯୋଗୁଁ ଦେବୋତ୍ତର ବିଭାଗ କମିଶନର ସି ଆର ମହାପାତ୍ର ଗତ ମାସ ୨୮ ତାରିଖ ଦିନ ସମସ୍ତ ଜିଲ୍ଲାପାଳ ମାନଙ୍କୁ ୨୯୮୦ ସଂଖ୍ୟକ ପତ୍ର ଲେଖି ରଥଯାତ୍ରା କୁ ନିଷେଧ କରିବା ପାଇଁ କହିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ସର୍ବାଧିକ ହୋଇଥିବା ଯୋଗୁଁ ଜିଲ୍ଲାପାଳ ଚଳିତ ମାସ ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସଟଡାଉପ ଜାରି କରିଛନ୍ତି।

ଏହି ଅବଧି ମଧ୍ୟରେ ସାରା ଜିଲ୍ଲାରେ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ତାପର ଦିନ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ସେବା , ବିଦ୍ୟୁତ ଯୋଗାଣ , ପାନିୟ ଜଳ , ଦମକଳ ଏବଂ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ କାର୍ଯ୍ୟ କୁ ନିଷେଧ କରାଯାଇଛି। ଏହା ବ୍ୟତିତ ଶନି ଓ ରବିବାର ଦିନ ୨୪ ଘଣ୍ଟିଆ ସଟଡାଉନ କରାଯାଇଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ର ମୂଖ୍ୟ ନିରଞ୍ଜନ ସାହୁ ଜଣାଇଛନ୍ତି। ତେବେ ପରମ୍ପରା ଓ ବିଧି ରକ୍ଷା ନିମନ୍ତେ ରଥଯାତ୍ରା ଦିନ ଠାକୁର ଙ୍କୁ ମନ୍ଦିର ପରିଷର ମଧ୍ୟରେ ପହୀ ବିଜେ କରାଯିବ ଏଈ ବିବାହ ମଣ୍ଡପ କୁ ଅସ୍ଥାୟୀ ଗୁଣ୍ଡିଚା ବେଦି କରାଯିବ ।

ଏହି ସମୟରେ ଶ୍ରଧାଳୁ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ଛଡ଼ା ଯିବ ନାହିଁ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ କୁ ବନ୍ଦ କରି ଦିଆଯାଇଛି। ଦୀର୍ଘ ପ୍ରାୟ ଅଢେ଼ଇ ଶହ ବର୍ଷ ମଧ୍ୟରେ ରଥଯାତ୍ରା ବନ୍ଦ ହେବା ଏହା ପ୍ରଥମ ଘଟଣା ବୋଲି ମହାପ୍ରଭୁଙ୍କ ବରିଷ୍ଠ ପୂଜକ ତଥା ଶିକ୍ଷାବିତ ଅଭିମନ୍ୟୁ ଦାସ କହିଛନ୍ତି।

Leave A Reply