Odisha news

ପୁରିଜିଲ୍ଲା କାରାଗାରରେ ଦୁଇ କଏଦୀ କରୋନା ଆକ୍ରାନ୍ତ।

0

କୋଣାର୍କ: ରାମଚଣ୍ଡୀ ଥାନା ଅନ୍ତର୍ଗତ ବାଙ୍ଗୋର ବରପଦା ଠାରେ ଅବସ୍ଥିତ ଜିଲ୍ଲା କାରାଗାର ରେ ଦୁଇ ଜଣ କଏଦୀ ଙ୍କର କରୋନା ପଜିଟିଭି ହୋଇଥିବା ଜଣାଯାଇଛି। କାରାଗାର ର ଅଧିକ୍ଷକଙ୍କ ସୂଚନା ଅନୁଯାୟୀ ଦୁଇ ଜଣ କଏଦୀ ବ୍ରହ୍ମଗିରିର ଗଡ଼ିଶାଗଡ଼ା ଓ କଣାସ ଅଂଚଳର ଗତ ୧୪ ,୧୫ ତାରିଖରେ କାରାଗରକୁ  କଏଦୀ ଭାବେ ଆସିଥିଲେ ।ସେମାନଙ୍କୁ ଜେଲରେ ରଖାଯାଇ ତାଙ୍କର ରକ୍ତ ର ସ୍ଲାବ ନିଆଯାଇଥିଲା ।

ମଙ୍ଗଳବାର ଦିନ ତାଙ୍କରକ୍ତ ର ରିପୋର୍ଟ ରେ ପଜିଟିଭି ଆସିଥିଲା ଏବଂ ସେ କୋଭିଡ଼ି-୧୯ର ଆକ୍ରାନ୍ତ ଥିବା ଜଣାଯାଇଥିଲା ଏହା ଜଣା ଯିବା ପରେ ସେମାନଙ୍କୁ ଅନ୍ୟ କଏଦୀ ଙ୍କ ଠାରୁ ଦୂରେଇ ରଖାଯାଇଛି ଓ ତାଙ୍କ ସହ ଥିବା ଅନ୍ୟ ୨୮ ଜଣ କଏଦୀଙ୍କୁ ଜେଲର କ୍ୟୁରେଣ୍ଟିନ ରେ ରଖାଯିବସହ ଦୁଇଜଣଙ୍କୁ  ଭୁବନେଶ୍ୱର କୋଭିଡ଼ି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଜେଲ ପରିସରକୁ ସାନିଟାଇଜର କରା ଯାଇଥିବା କାରାଗାର ର ଅଧିକ୍ଷକ ଦିଲ୍ଲୀପ କୁମାର ଜେନା ସୂଚନା ଦେଇଛନ୍ତି।

Leave A Reply