ବିମଳା ସାହୁ :
ଝଡର ପୂର୍ବାନୁମାନ ପବନଟା କାହିଁ ଦ୍ରୁତଗତିରେ
ସୁ ସୁ କରି ବହି ଯାଉଛି
ଭବିଷ୍ୟତର ପୂର୍ଣ୍ଣମୀ ଜହ୍ନଟା ଉପରେ ଧୀରେ ଧୀରେ
ଅମାବାସ୍ୟାର କଳାଧୂଆଁ ଲେସିହେଇ ପଡୁଛି ।
ମନଟା କାହିଁକି କେଜାଣି ଦିନୁଦିନ ଭାରି
ଭାରାକ୍ରାନ୍ତ ଲାଗୁଛି
ଶବ୍ଦର ଇନ୍ଦ୍ରଜାଲ ମଧ୍ୟେ ବାକ୍ୟଟା ଯେମିତି
ଗୁରେଇ ତୁରେଇ ହୋଇଯାଉଛି ।
ସମୟର ଦୋ’ଛକିରେ ପାଦଟା କାହିଁକି
ଟଳମଳ ହୋଇଯାଉଛି
ଆଶା ଓ ଆଶଙ୍କାର ଜୀବନ ଜିଇଁବାର,
ଜିଜ୍ଞାସା ମଧ୍ୟରେ
ଆଶାର ଦୀପଟା କାହିିଁଁ ଅସ୍ତମାନ ସୂର୍ଯ୍ୟ ପରି
ଲିଭିଲିଭି ଯାଉଛି ।
କଣ୍ଟାବଲ୍ଲଭପୁର, ଜଗତସିଂହପୁର
ମୋ-୭୦୬୪୩୬୦୬୨୮