ଅଯୋଧ୍ୟାରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିକାଶ କରିବା ସହିତ ନାଗରିକ ସୁବିଧାକୁ ନବୀକରଣ କରିବା ପାଇଁ 11,100 କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସହିତ ଶୁଭ ଉଦ୍ଘାଟନ ଓ ରାଷ୍ଟ୍ରକୁ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ |
ଆଗାମୀ ଶ୍ରୀ ରାମ ମନ୍ଦିର ସ୍ଥାପତ୍ୟ ଢାଞ୍ଚାରେ ଅଯୋଧ୍ୟା ବିମାନବନ୍ଦର ଟର୍ମିନାଲ୍ ବିଲ୍ଡିଂର ମୁଖଶାଳାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ |
ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ |
ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇବେ |
ଛଅଟି ନୂତନ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇବେ ପ୍ରଧାନମନ୍ତ୍ରୀ |
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 30 ଡିସେମ୍ବର, 2023 ରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି |
ପୂର୍ବାହ୍ନ ପ୍ରାୟ 11:15 ସମୟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରେଳ ଷ୍ଟେସନ ପୁନର୍ବିକାଶର ଉଦଘାଟନ କରିବେ ଏବଂ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ଛଅ ଟି ନୂତନ ବନ୍ଦେ ଭାରତ ଟ୍ରେନ୍ କୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇବା ସହିତ ଅନେକ ରେଳ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରାଇବେ ଓ ଉଦ୍ଘାଟନ କରିବେ | ପ୍ରାୟ 12:15 ସମୟରେ ପ୍ରଧାନମନ୍ତ୍ରୀ ନବ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିବେ ଏବଂ ଅପରାହ୍ନ 1 ଟା ସମୟରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ 15,700 କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବା ସହିତ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଦେଶକୁ ସମର୍ପିତ କରାଇବେ | ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ 11,100 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହ ପ୍ରାୟ 4600 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନ୍ତର୍ଭୁକ୍ତ |
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ହେଉଛି ଅଯୋଧ୍ୟାରେ ଆଧୁନିକ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିକାଶ, ସଂଯୋଗୀକରଣରେ ଉନ୍ନତି ଆଣିବା ଏବଂ ଏହାର ନାଗରିକ ସୁବିଧାକୁ ନବୀକରଣ କରିବା ସହିତ ସହରର ସମୃଦ୍ଧ ଇତିହାସ ଏବଂ ଐତିହ୍ୟକୁ ଅନୁକରଣ କରିବା | ଏହି ଦର୍ଶନକୁ ସାକାର କରିବା ପାଇଁ ସହରରେ ଏକ ନୂତନ ବିମାନବନ୍ଦର, ନୂତନ ପୁନଃ ନିର୍ମାଣ ରେଳ ଷ୍ଟେସନ, ନୂତନ ଭାବରେ ବିକଶିତ ପ୍ରଶସ୍ତ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ସଡକ ଏବଂ ଅନ୍ୟାନ୍ୟ ନାଗରିକ ଭିତ୍ତିଭୂମି ଉଦ୍ଘାଟନ କରାଯାଉଛି | ଆହୁରି ମଧ୍ୟ, ଅନେକ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦିଆଯିବ ଯାହା ଅଯୋଧ୍ୟା ତଥା ଏହାର ଆଖପାଖରେ ନାଗରିକ ସୁବିଧା ସୁଦୃଢ କରିବାରେ ସହାୟକ ହେବ |
ଅଯୋଧ୍ୟା ବିମାନବନ୍ଦର
ଅତ୍ୟାଧୁନିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 1450 କୋଟିରୁ ଅଧିକ ମୂଲ୍ୟରେ ବିକଶିତ ହୋଇଛି | ବିମାନବନ୍ଦରର ଟର୍ମିନାଲ୍ ବିଲ୍ଡିଂର କ୍ଷେତ୍ର 6500 ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ 10 ଲକ୍ଷ ଯାତ୍ରୀଙ୍କୁ ସେବା କରିବା ପାଇଁ ସଜ୍ଜିତ | ଟର୍ମିନାଲ୍ ବିଲଡିଂର ମୁଖରେ ଅଯୋଧ୍ୟା ର ଆଗାମୀ ଶ୍ରୀ ରାମ ମନ୍ଦିରର ସ୍ଥାପତ୍ୟ ଚିତ୍ରିତ ହୋଇଛି | ଟର୍ମିନାଲ୍ ବିଲ୍ଡିଂର ଭିତର ଭାଗକୁ ଭଗବାନ୍ ଶ୍ରୀ ରାମଙ୍କ ଜୀବନକୁ ଚିତ୍ରିତ କରୁଥିବା ସ୍ଥାନୀୟ କଳା, ଚିତ୍ର ଏବଂ ମୂର୍ତିରେ ସଜାଯାଇଛି | ଅଯୋଧ୍ୟା ବିମାନବନ୍ଦରର ଟର୍ମିନାଲ୍ ବିଲ୍ଡିଂରେ ଇନସୁଲେଟେଡ୍ ଛାତ ପ୍ରଣାଳୀ, ଏଲଇଡି ଆଲୋକୀକରଣ, ବର୍ଷା ଜଳ ଅମଳ, ଝରଣା ସହିତ ଲ୍ୟାଣ୍ଡସ୍କେପ୍, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ସୋଲାର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟଗୁଡିକ ମଧ୍ୟ ରହିଛି ଯାହାକି GRIHA – 5 ତାରକା ମୂଲ୍ୟାୟନ ଅଟେ | ଏହି ବିମାନବନ୍ଦର ଏହି ଅଞ୍ଚଳରେ ସଂଯୋଗକୁ ଉନ୍ନତ କରିବ, ଯାହା ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗରେ ବୃଦ୍ଧି ପାଇବ |
ଅଯୋଧ୍ୟା ଧାମ ରେଳ ଷ୍ଟେସନ |
ପୁନର୍ବିକଶିତ ଅଯୋଧ୍ୟା ରେଳ ଷ୍ଟେସନର ପ୍ରଥମ ପର୍ଯ୍ୟାୟ – ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନ କୁ 240 କୋଟିରୁ ଅଧିକ ମୂଲ୍ୟରେ ବିକଶିତ କରାଯାଇଅଛି | ତିନି ମହଲା ଆଧୁନିକ ରେଳ ଷ୍ଟେସନ୍ ବିଲ୍ଡିଂରେ ଲିଫ୍ଟ, ଏସ୍କାଲେଟର୍, ଫୁଡ୍ ପ୍ଲାଜା, ପୂଜା ଆବଶ୍ୟକତା ପାଇଁ ଦୋକାନ, ବସ୍ତ୍ର କୋଠରୀ, ଶିଶୁ ଯତ୍ନ କକ୍ଷ, ଅପେକ୍ଷା ହଲ୍ ଭଳି ସମସ୍ତ ଆଧୁନିକ ବୈଶିଷ୍ଟ୍ୟ ରହିଛି | ଷ୍ଟେସନ ବିଲଡିଂ ‘ସମସ୍ତଙ୍କ ପାଇଁ ଉପଲବ୍ଧ’ ଏବଂ ‘ଆଇଜିବିସି ସାର୍ଟିଫିକେଟ୍ ଗ୍ରୀନ୍ ଷ୍ଟେସନ୍ ବିଲଡିଂ’ ହେବ |
ଅମୃତ ଭାରତ ଟ୍ରେନ୍, ବନ୍ଦେ ଭାରତ ଟ୍ରେନ୍ ଏବଂ ଅନ୍ୟାନ୍ୟ ରେଳ ପ୍ରକଳ୍ପ |
ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଏକ ନୂତନ ବର୍ଗର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ – ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ | ଅମୃତ ଭାରତ ଟ୍ରେନ୍ ହେଉଛି ଏକ ଅଣ ଶୀତତାପ ନିୟନ୍ତ୍ରିତ କୋଚ୍ ଯାହାକି LHB କୋଚ ସହିତ ପୁସ୍ ପୁଲ ଟ୍ରେନ୍ | ଉନ୍ନତ ତ୍ୱରାନ୍ୱିତ ପାଇଁ ଏହି ଟ୍ରେନର ଉଭୟପାର୍ଶ୍ୱରେ ଲୋକୋ ଅଛି | ଏହା ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଥାଏ | ପ୍ରଧାନମନ୍ତ୍ରୀ ଛଅ ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ଶୁଭାରମ୍ଭ କରିବେ |
ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭରତ ଟ୍ରେନ୍ ଯଥା ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ୍ ଅମୃତ ଭାରତ ଏକ୍ସପ୍ରେସ ଏବଂ ମାଲଦା ଟାଉନ୍-ସାର୍ ଏମ୍ ବିଶେଶ୍ୱରାୟ ଟର୍ମିନାସ୍ (ବେଙ୍ଗାଲୁରୁ) ଅମୃତ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ |
ପ୍ରଧାନମନ୍ତ୍ରୀ ଛଅ ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ଶୁଭାରମ୍ଭ କରିବେ | ଏଥିମଧ୍ୟରେ ଶ୍ରୀ ମାତା ବୈଷ୍ଣ ଦେବୀ କାଟ୍ରା-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ; ଅମୃତସର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ; କୋଏମ୍ବାଟୁର-ବାଙ୍ଗାଲୋର କ୍ୟାଣ୍ଟ ବନ୍ଦେ ଭାରତ ଏକ୍ସପ୍ରେସ; ମାଙ୍ଗାଲୋର-ମାଡଗାଓଁ ବନ୍ଦେ ଭାରତ ଏକ୍ସପ୍ରେସ; ଜଲନା-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ବନ୍ଦେ ଭାରତ ଏକ୍ସପ୍ରେସ |