Odisha news

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତ କରିବେ

ନୂଆଦିଲ୍ଲୀ: ଆଜି ଜମ୍ମୁ ଓ କଶ୍ମୀରର ନୌଶେରାରେ ସୈନିକମାନଙ୍କୁ ଭେଟିବା ପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୋଦୀଙ୍କ ଗସ୍ତ ସହ ଦୀପାବଳି ଥିବାରୁ କେଦାରନାଥ ମନ୍ଦିରକୁ ୮ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିବା ପରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ​​୨ଘଣ୍ଟା ରହିବାର ଯୋଜନା ଥିବା ବେଳେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ‌ଲୋକଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି କିଛି ଭକ୍ତ ନିଜର ଦାବି ରଖିଛନ୍ତି। କେଦାରନାଥକୁ ଆସିଥିବା ଜଣେ ଭକ୍ତ କହିଛନ୍ତି ଯେ, ୨୦୧୩ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ମୁଁ ଚାହୁଁଛି କେଦାରନାଥରେ କିଛି ହୋଟେଲ ନିର୍ମାଣ କରାଯାଉ। ଅନ୍ୟ ଜଣେ ଭକ୍ତ କହିଛନ୍ତି, ମୁଁ ୨୦୧୧ଠାରୁ ପ୍ରତିବର୍ଷ କେଦାରନାଥକୁ ଆସେ। ହେଲେ ୨୦୧୩ ପରଠାରୁ ଏଠାରେ ବହୁତ ବିକାଶ ହୋଇଥିବା ଦେଖିବାକୁ ପାଇଛି। ଲୋକମାନଙ୍କୁ ରୋଜଗାର ମିଳୁଛି। ତେବେ ଏହି ବିକାଶ ଯାତ୍ରାକୁ ଆଗକୁ ନେବା ପାଇଁ ଭକ୍ତମାନେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Nalco

Comments are closed.