ରାଜେଶ କୁମାର ଲେଙ୍କା (କଟକ): କଟକର ନେତାଜୀ ନଗରସ୍ଥିତ ଲେଖିକା/ଗାଳ୍ପିକା ରୋଜା ପଣ୍ଡା କୋଭିଡ଼ ୧୯/କୋରନା ରୋଗର ପ୍ଲାଜମା ଥେରାପି ଚିକିତ୍ସା ପାଇଁ କଟକ ଏସ.ସି.ବି. ମେଡିକାଲର ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ଦାନ କରିଛନ୍ତି ।
ତାଙ୍କ ସହିତ ତାଙ୍କ ସ୍ୱାମୀ କଟକ ଏସ.ସି.ବି. ମେଡିକାଲର ରିଉମାଟୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ତ୍ରିପାଠୀ ମଧ୍ୟ କୋଭିଡ୍ ରୋଗର ଚିକିତ୍ସା ପାଇଁ ପ୍ଲଜମା ଦାନ କରିଛନ୍ତି ।
ରୋଜା ପଣ୍ଡା ହେଉଛନ୍ତି ଦ୍ୱିତୀୟ ମହିଳା ଯିଏ କି କୋଭିଡ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିଛନ୍ତି . ଆଉ ଯେବେ ଯେଉଁ କରୋନା ରୋଗୀ ମାନଙ୍କର ପ୍ଲାଜମା ଆବଶ୍ୟକ ହେବ ଲେଖିକା ରୋଜା ପଣ୍ଡା ଏବଂ ତାଙ୍କ ସ୍ୱାମୀ ଡାକ୍ତର ସୌମ୍ୟ ରଞ୍ଜନ ତ୍ରିପାଠୀ ଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
