Odisha news

ମତଲୁବ ଅଲ୍ଲୀ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0

ଭୁବନେଶ୍ୱର, ୨୪ ସେପ୍ଟେମ୍ବର – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସେକ ମତଲୁବ ଅଲ୍ଲିଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।ଗତ କିଛିଦିନ ତଳେ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସତ ହେଉଥିବା ବେଳେ ଆଜି ତାଙ୍କ ବିୟୋଗ ଖବର ଶୁଣି ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।ମତଲୁବ ବାବୁଙ୍କ ବିୟୋଗ ଓଡିଶା ରାଜ୍ୟ ରାଜନୀତିରେ ଏକ ଅପୁରଣୀୟ କ୍ଷତି ।ସେ ଜଣେ ସରଳ,ନିଷ୍କପଟ,ପରୋପକାରୀ ବ୍ୟକ୍ତି ଭାବେ ୫ ଦଶନ୍ଧି ଧରି କଂଗ୍ରେସ ଦଳ ସହ ଜଡିତ ରହି କଂଗ୍ରେସ ଦଳକୁ ମଜବୁତ କରିବାରେ କାର୍ଯ୍ୟ କରିଆସୁଥିଲେ ।ସେ ମନ୍ତ୍ରୀ ଥିବାବେଳେ ଅନେକ ଗୁଡିଏ ଜନମଙ୍ଗଳ କାର‌୍ୟ କରିଥିବାରୁ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ରହିବେ ।ସେ ଜଣେ ବିଶିଷ୍ଟ ସାହିତ୍ୟିକ ଓ ଲେଖକ ଭାବେ ସମସ୍ତଙ୍କ ପାଖେ ପରିଚିତ ।ସ୍ୱର୍ଗତଃ ମତଲୁବ ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ।

Nalco
Leave A Reply