Odisha news

ଭାରତରେ ଡେଙ୍ଗୁ ନେଉଛି ଭୟାବହ ରୂପ, ସ୍ବାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ନିଜ ଖାଦ୍ୟରେ ଏହିସବୁ ଖାଦ୍ୟ କୁ କରନ୍ତୁ ସାମିଲ୍

0
ବଦଳୁଥିବା ଋତୁରେ ଆମେ ଅନେକ ରୋଗରେ ସଂକ୍ରମିତ ହୋଇ ଥାଉ। ପ୍ରତି ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶରେ ଡେଙ୍ଗୁ ଓ ମ୍ୟାଲେରିଆ ର ପ୍ରକୋପ ଦେଖିବାକୁ ମିଳିଥାଏ । ସେହିଭଳି ଡେଙ୍ଗୁ ର ପ୍ରକୋପ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏଡିଜ ଇଜିପ୍ଟ ମଶା କାମୁଡିବା ଦ୍ବାରା ଡେଙ୍ଗୁ ଜର ହୋଇଥାଏ । ଡେଙ୍ଗୁ ଜର ହେବା ଦ୍ଵାରା ରୋଗୀର ଶରୀରରୁ ବ୍ଲଡ଼ ପ୍ଲେଟଲେଟ୍ସ କାଉଣ୍ଟ ଖୁବ୍ କମ୍ ହୋଇଥାଏ ।
ଏହାଛଡା ରୋଗୀ ଭୀଷଣ ଜ୍ଵର ରେ ପୀଡିତ , ଶରୀରରେ ଦାନା ବାହାରିବା , ଦେହ ହାତ ଘୋଳବିନ୍ଧା ହୋଇଥାଏ । ଏହାଦ୍ବାରା ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଆସିଥାଏ । ତେଣୁ ଡେଙ୍ଗୁ ରୋଗୀ ମାନେ ନିଜର ବିଶେଷ ଧ୍ୟାନ ରଖିବା ଜରୁରୀ ।
ଭାରତର ଡାଏଟ ସିଆନ ମାନେ ବିଶେଷ ଭାବରେ ଡେଙ୍ଗୁ ଜ୍ଵର ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ୍ ତାହାକୁ ନେଇ ତଥ୍ୟ ପ୍ରଦାନ କରିଛନ୍ତି । ଏହି ଖାଦ୍ୟ ଆମକୁ ଡେଙ୍ଗୁ ଜ୍ଵର ଠାରୁ ତୁରନ୍ତ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
– ବିଶେଷଜ୍ଞ ଙ୍କ ମତରେ ଡେଙ୍ଗୁ ରୋଗୀ ମାନେ ଏଭଳି ଖାଦ୍ୟ ଖାଇବା ଜରୁରୀ ଯାହା ତାଙ୍କର ବ୍ଲଡ଼ ପ୍ଲେଟଲେଟ୍ସ୍ କଉଣ୍ଟ କୁ ବଢାଇ ପାରିବ । ଏହା ସହିତ ଡେଙ୍ଗୁ ଠାରୁ ଶୀଘ୍ର ଠିକ୍ ହେବାରେ ସାହାଯ୍ୟ କରିବି ।
– ଡେଙ୍ଗୁ ରୋଗୀ ଙ୍କ ପାଇଁ ଅମୃତଭଣ୍ଡା ପତ୍ର ର ଜୁସ୍ ଖୁବ୍ ଗୁଣକାରୀ । ଏହି ଜୁସ ରେ କାଇମୋ ପପେନ୍ ଓ ପାପେନ୍ ଭଳି ଏଞ୍ଜାଇମ୍ ରହିଥାଏ ଯାହା ରକ୍ତରେ ବ୍ଲଡ଼ ପ୍ଲେଟଲେଟ୍ସ୍ କାଉଣ୍ଟ ମଧ୍ୟ ବଢ଼ାଇ ବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଡେଙ୍ଗୁ ଜ୍ଵର ଦ୍ଵାରା ପ୍ରଭାବିତ ରହୁଛନ୍ତି ତେବେ ପ୍ରତିଦିନ ଅମୃତଭଣ୍ଡା ପତ୍ର ରସ ସେବନ କରିବା ଉଚିତ୍ ।
– ହଳଦୀ ଡେଙ୍ଗୁ ରୋଗୀ ଙ୍କ ପାଇଁ ଖୁବ୍ ଉପକାରୀ । ଏଥିରେ ଆଣ୍ଟି ବ୍ୟାକଟେରିଆ ଗୁଣ ଓ ଆଣ୍ଟି ଇମ୍ଫ୍ଲାମେଟରି ଗୁଣ ରହିଥାଏ । ଯାହା ଆପଣଙ୍କ ଇମ୍ୟୁନିଟି କୁ ବୁଷ୍ଟ କରିବାରେ କରିଥାଏ ସାହାଯ୍ୟ । ଯଦି ଆପଣ ଡେଙ୍ଗୁ ଜ୍ଵର ରେ ପୀଡିତ ତେବେ ପ୍ରତିଦିନ ଶୋଇବା ସମୟରେ ଗୋଟିଏ ଗ୍ଲାସ୍ ଦୁଧରେ ହଳଦୀ ମିଶାଇ ପିଆନ୍ତୁ ।
– ଡେଙ୍ଗୁ ରୋଗୀ ମାନେ ନିୟମିତ ଦୁଇ ଟାଇମ୍ ପଇଡ ପିଇବା ଜରୁରୀ । ପଇଡ଼ ରେ ଥିବା ବିଭିନ୍ନ ପୋଷାକ ତତ୍ତ୍ଵ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ଡେଙ୍ଗୁ ଜ୍ଵର ରେ ଦୁର୍ବଳ ରହୁଛନ୍ତି ତେବେ ପଇଡ ପାଣି ସେବନ କରନ୍ତୁ ।
– ଡେଙ୍ଗୁ ଜ୍ବରରେ ପ୍ରଭାବିତ ବ୍ୟକ୍ତି ନିଜ ଖାଦ୍ୟରେ ଖଟା ଫଳ ସାମିଲ କରିବା ଆବଶ୍ୟକ । ଏଥିରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଓ ଆପଣ ଏହି ସମୟରେ କିବୀ, କମଳା , ଲେମ୍ବୁ ଇତ୍ୟାଦି ଖାଇବା ଉଚିତ୍ ।
Nalco
Leave A Reply