Odisha news

ଏହି ୬ଟି ଜିନିଷ ଦ୍ରୁତ ଗତିରେ ବଢ଼ାଇଥାଏ ପ୍ଲେଟଲେଟସ : ଆପଣଙ୍କୁ ମିଳିଥାଏ ନୂତନ ଜୀବନ

ବର୍ଷାଋତୁ ସରିବା ପରେ ବର୍ତମାନ ଦେଶର ଅଧିକାଂଶ ସ୍ଥାନରେ ଡେଙ୍ଗୁ ଭଳି ବିଭିନ ମଶା ଜନିତ ରୋଗ ବ୍ୟାପିବାରେ ଲାଗିଛି l ଏହି ରୋଗ ଦ୍ୱାରା ଶରୀରର ପ୍ଲେଟଲେଟସ ଦ୍ରୁତ ଗତିରେ କମିବାକୁ ଲାଗିଥାଏ l ଯେଉଁ କାରଣରୁ ରୋଗୀର ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଥାଏ l ବିଶେଷଜ୍ଞ ମାନଙ୍କ ମତରେ ଗୋଟିଏ ସୁସ୍ଥ ମଣିଷ ଶରୀରରେ ପ୍ଲେଟଲେଟସ ଦେଢ଼ ଲକ୍ଷରୁ ସାଢେ ୪ ଲକ୍ଷ ପର୍ଯ୍ୟନ୍ତ ରହିଥାଏ l ଯଦି ଅପ[ଅଂ ଏହାଠାରୁ ତଳକୁ ରହିବେ ତେବେ ଆପଣଙ୍କୁ ଡାକ୍ତରଖାନାରେ ପହଂଚିବାକୁ ପଡିବ l ଆଜି ଆସନ୍ତୁ ଜାଣିବା କେଉଁ ପ୍ରକାରର ଖାଦ୍ୟ ଦ୍ୱାରା ଆମ ଶରୀରର ପ୍ଲେଟଲେଟସ ଠିକ ମାତ୍ରାରେ ରହି ପାରିବ l

* ଶରୀରରେ ପ୍ଲେଟଲେଟସ ବଢ଼ାଇବା ପାଇଁ ଭିଟାମିନ ସି ନିହାତି ଆବଶ୍ୟକ l ଭିଟାମିନ ସି ବଢିବା କାରଣରୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l ଭିଟାମିନ ସି ପାଇଁ ନିୟମିତ ଭାବରେ ଖଟା ଫଳ ଯେପରିକି କମଳା, ଲେମ୍ବୁ,ଷ୍ଟ୍ରବେରି, କ୍ୟାପ୍ସିକମ ଇତ୍ୟାଦି ସେବନ କରିବା ଆବଶ୍ୟକ l

* ଗବେଷକ ମାନଙ୍କ ମତରେ ଆଡଲ୍ଟ ମାନଙ୍କୁ ଶରୀରରେ ଦିନରେ ୪୦୦ ମାଇକ୍ରୋଗ୍ରାମ ଫୋଲେଟ ଆବଶ୍ୟକ l ସେହି ସ୍ଥାନରେ ଗର୍ଭବତୀ ମହିଳା ମାନେ ୬୦୦ ମାଇକ୍ରୋଗ୍ରାମ ଫୋଲେଟ ପ୍ରତିଦିନ ଆବଶ୍ୟକ l ଆପଣ ଏଥିପାଇଁ ଭାତ ,ଡାଲି, ପାଳଙ୍ଗ, ସବୁଜ ପନିପରିବା ସେବନ କରିବା ଆବଶ୍ୟକ l

* ଭିଟାମିନ ଡି ଯୁକ୍ତ ଖାଦ୍ୟ ବ୍ଲଡ଼ ସ୍ୱେଲସ ଓ ପ୍ଲେଟଲେଟସ ନିର୍ମାଣ କରିଥାଏ l ଶରୀରରେ ହାଡ଼, ମାଂସପେଶୀ, ଟିସୁ ଓ ଇମ୍ୟୁନ ସିଷ୍ଟମ କୁ ସୁଦୃଢ କରିବା ପାଇଁ ଭିଟାମିନ ଡି ଖୁବ ଆବଶ୍ୟକ l ଯଦି ଆପଣଙ୍କ ବୟସ ୧୯ – ୭୦ ବର୍ଷ ତେବେ ଆପଣଙ୍କ ଶରୀରରେ ପ୍ରତି ମୁହୁର୍ତରେ ପାଖାପାଖି ୧୫ ମାଇକ୍ରୋଗ୍ରାମ ଭିଟାମିନ ଡି ରହିବା ଆବଶ୍ୟକ l ଏହାକୁ ପୁରା କରିବା ପାଇଁ ଆପଣ ପ୍ରତିଦିନ ଶସ୍ୟ ଜାତୀୟ ଜିନିଷ ,ଛତୁ ,ଦୁଗ୍ଧ ଓ ଦହି, ଅଣ୍ଡା , ଫ୍ୟାଟି ଫିସ ସେବନ କରିବା ଉଚିତ l

* ହାଡ଼କୁ ମଜବୁତ କରିବା ସହ ପ୍ଲେଟଲେଟସ ବଢ଼ାଇବା ପାଇଁ ଭିଟାମିନ କେ ଖୁବ ଆବଶ୍ୟକ l ଏହାକୁ ଶରୀରରେ ପୁରା କରିବା ପାଇଁ ପତ୍ରଯୁକ୍ତ ପନିପରିବା, ପାଳଙ୍ଗ,କଦଳୀ ଓ କଖାରୁ ଖାଇବା ଉଚିତ l l

Comments are closed.