ନୂଆପଡ଼ା -୧୮/୪ (ସୁରେନ୍ଦ୍ର ତିୱାରୀ)ପାଟଣାଗଡ ରେ ଆବରଣ ଯୁକ୍ତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ପୋଡିଯିବା ଘଟଣା ର ବିବାଦ ଥମି ନ ଥିବା ବେଳେ ନୂଆପଡା ଜିଲ୍ଲାରେ ବିଜୁ ପ୍ରତିମୂର୍ତ୍ତି ଅନାବରଣ ଘଟଣା କୁ କେନ୍ଦ୍ର କରି ବିବାଦ ଉପୁଜି ଥିବା ଆଲୋଚିତ ହେଉଛି ।ଗତ ଗୁରୁବାର ଦିନ ବିଜୁବାବୁ ଙ୍କ ଅଠେଇଶ ତମ ଶ୍ରାଦ୍ଧ ଦିବସ ଅବସର ରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଜେଡି ର ଜିଲ୍ଳା ଓ ବ୍ଲକ ସ୍ତରୀୟ ପଦାଧିକାରୀ ଓ କର୍ମୀ ଙ୍କ ଗହଣରେ ଘାଟିପଡ଼ା ଛକ ବିଜୁ ଏକ୍ସପ୍ରେସ ୱେ ନିକଟରେ ସ୍ଥାପିତ ପୂର୍ଣ୍ଣା ବୟବ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି।ଏହି ପ୍ରତିମୂର୍ତ୍ତି ଟିକୁ ରାଜ୍ୟସରକାର ଙ୍କ ଆଇ. ଡି. ଏଫ. ଅନୁଦାନ ରୁ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ କୋମନା ପଞ୍ଚାୟତ ସମିତି ଜରିଆରେ ସ୍ଥାପନ କରାଯାଇଛି। ଦୀର୍ଘ ଦିନରୁ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲେ ହେଁ ସରକାରୀ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇ ନ ଥିବାରୁ ଏହାକୁ ଅନାବରଣ କରାଯାଇ ପାରିନଥିବା ଲକ୍ଷ୍ୟ କରାଯାଇଥିଲା।ଅପରପକ୍ଷେ ସରକାରୀ ଭାବେ କୌଣସି କାର୍ଯ୍ୟକ୍ରମ ନ ଥିଲେହେଁ ବିଧାୟକ ବିଜେଡି ଦଳୀୟ କର୍ମୀ ଙ୍କ ଗହଣରେ ଆସି ଉକ୍ତ ପ୍ରତିମୂର୍ତ୍ତି ଅନାବରଣ କରିବା ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଥିପାଇଁ ଉତ୍ସବ କିଏ ଆୟୋଜନ କଲା ଓ କାହାକୁ କିଏ ଅତିଥିଭାବେ ନିମନ୍ତ୍ରଣ କଲା ତାକୁ ନେଇ ବିବାଦ ଜଟିଳ ରୂପ ଧାରଣ କରିଛି। ଗୋଟିଏ ପଟେ କୋମନା ବିଡିଓ ଙ୍କୁ ଯୋଗାଯୋଗ କରିବାରୁ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ସମ୍ବନ୍ଧେ ଅବଗତ ନ ଥିବା ପ୍ରକାଶ କରିଥିବା ବେଳେ ଏହି ଉତ୍ସବ ସରକାରୀ ନା ବେସରକାରୀ, ଓ ଏହାକୁ ଆୟୋଜନ କଲା କିଏ ତାକୁ ନେଇ ବୁଦ୍ଧିଜୀବୀ ମହଲ ରେ ନାନା ପ୍ରଶ୍ନ ଉଙ୍କି ମାରୁଥିବା ଚର୍ଚ୍ଚା ହେଉ ଛି । ପ୍ରଶାସନ ତରଫରୁ ଏଭଳିଆୟୋଜନ ସମ୍ପର୍କରେ କୌଣସି ପୂର୍ବ ସୂଚନା କଳାହାଣ୍ଡି ସାଂସଦ ପାଇନଥିବା ପ୍ରକାଶ କରିଥିବା ବେଳେଉନ୍ମୋଚନ ନାମଫଳକ ରେ ପ୍ରୋଟୋକଲ ର ବିରୁଦ୍ଧା ଚରଣ କରି ସାଂସଦ ଙ୍କୁ ସମ୍ମାନିତ ଅତିଥି ଭାବେ ସ୍ଥାନିତ କରାଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସରକାରୀ ପାଣ୍ଠି ରେ ସ୍ଥାପିତ ଏହି ମହାମାନବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଜନସାଧାରଣ ଙ୍କ ଅଗୋଚର ରେ ଦଳୀୟ କାର୍ଯ୍ୟକ୍ରମ ଭଳି ପାଳନ କରାଯିବା ଘଟଣାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିବା ସହ ଏଭଳି ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଇ ସଭା ଆୟୋଜନ କଲା କିଏ, ଅତିଥି ଙ୍କୁ ନିମନ୍ତ୍ରଣ କଲା କିଏ, ଏସବୁ ର ଏକ ନିରପେକ୍ଷ ତଦନ୍ତ କରାଯିବା ସହ ଏଭଳି ବେନିୟମ କାମରେ ଲିପ୍ତ ଵ୍ୟକ୍ତି ଙ୍କୁ ଠାବ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।