Odisha news

କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା 

0

ନୂଆପଡ଼ା -୧୮/୪ (ସୁରେନ୍ଦ୍ର ତିୱାରୀ) ବିଜ୍ଞାପିତ ଅଞ୍ଚଳ ପରିଷଦ ଖରିଆର ରୋଡ଼  ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ବର୍ଷ ୨୦୨୪- ୨୫ ଅନୁଷ୍ଠିତ ହୋଇଥିଲା । ଖରିଆର ରୋଡ଼ ସି.ଆର.ସି.ସି.  ଗୋପାଳ ଚନ୍ଦ୍ରକାର ସଭା ସଞ୍ଚାଳନ କରିଥିବା ବେଳେ ମୂଖ୍ୟ ଅତିଥି ଯୌବନ ସଲମା ପୂର୍ବତନ ଏ ବି ଇ ଓ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଗୋପବନ୍ଧୁ ବିଦ୍ୟାପିଠର ପ୍ରଧାନଶିକ୍ଷକ ଦୀନବନ୍ଧୁ  ଦାସ ବାଲିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ ଯୋଶି ଅବସରପ୍ରାପ୍ତ ପ୍ରାଧନ ଶିକ୍ଷକ ସଞ୍ଜୟ ପଣ୍ଡା, ଓମ ପ୍ରକାଶ ସାହୁ ଯୋଗଦାନକ କରିଥିଲେ । କ୍ଳଷ୍ଟରର ସର୍ବମୋଟ ୧୩ ଟି ବିଦ୍ୟାଳୟ ସେମାନଙ୍କର ଟି ଏଲ ଏମ ସହ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୪ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଖାତା ପେନସିଲ ଓ ବର୍ଣ୍ଣୋବଧ ବହି ବଣ୍ଟନ କରାଯାଇଥିଲା। ମୂଖ୍ୟ ଅତିଥି ମାନେ ନିପୁଣ ଓଡ଼ିଶା ଓ ଏଫଏଲଏନ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।  କ୍ଳଷ୍ଟର ଅନ୍ତର୍ଗତ ମୁଣ୍ଡା ଗାଁ ଉ ପ୍ରା ବିଦ୍ୟାଳୟର ଛାତ୍ର  ବିଭୋର ସେଠୀ ଏନ ଏମ ଏମ ଏସ ବୃତ୍ତି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଗୋଷ୍ଠି ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ ଓ ମେମୋରେଣ୍ଡମ  ମଞ୍ଚରେ ଅତିଥି  ମାନଙ୍କଦ୍ଵାରା ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଶିକ୍ଷକ  ହୀରାଲାଲ ସତନାମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply