ସ୍ନେହର ପରିଭାଷା ପକ୍ଷୀମାନେ ମଧ୍ୟ ବୁଝି ପାରନ୍ତି : ଅନେକ ଦିନରୁ କାଉକୁ ଖାଇବାକୁ ଦେଉଥିଲେ ବ୍ୟକ୍ତି, ଯିବା ପରେ କାଉଟି ଦେଇଗଲା ଏହିଭଳି ମନଲୋଭା ଉପହାର
ନୂଆଦିଲ୍ଲୀ : କେବଳ ମଣିଷ ନୁହେଁ, ଜୀବଜନ୍ତୁଙ୍କ ମନରେ ମଧ୍ୟ ପର ଉପକାର ଭାବି ରହିଥାଏ l ସାଧାରଣତଃ ଲୋକମାନେ ଭାବି ଥାଆନ୍ତି ଯେ ବିଲେଇ, କୁକୁର, ଗାଈ ଆଦି ଜୀବଜନ୍ତୁ କେବଳ ମଣିଷଙ୍କୁ ଭଲ ପାଇ ଥାଆନ୍ତି l କିନ୍ତୁ ଏହା କେବଳ ଠିକ ନୁହେଁ l ପକ୍ଷୀ ମଧ୍ୟ ମଣିଷ ମାନଙ୍କୁ ଖୁବ ଭଲ ପାଇ ଥାଆନ୍ତି l ତେଣୁ ଆମେ ଏଥିପ୍ରତି ସ୍ନେହ ଦେଖାଇ ତୁରନ୍ତ ସେମାନଙ୍କୁ କିଛି ବିଶେଷ ଭାବରେ ଖାଦ୍ୟ ଦେଇଥାଉ l ବେଳେବେଳେ ମଣିଷ ମଧ୍ୟ ଏହିଭଳି କିଛି ପକ୍ଷୀ ପ୍ରେମରେ ପଡି ଯାଇଥାଏ l
ଆମେରିକାରେ ରହୁଥିବା ସ୍ଟୁଆର୍ଟ ଡ଼ାଲକୁଇଷ୍ଟ ସଂଗୀତକାର ହେବା ସହିତ ପକ୍ଷୀ ପ୍ରେମୀ ମଧ୍ୟ ଅଟନ୍ତି l ସେ ଗତ ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ଗୋଟିଏ ରୋମାଞ୍ଚକ କାହାଣୀ ଶୁଣାଇ ଥିଲେ l ସ୍ଟୁଆର୍ଟ ଟୁଇଟ କରି କହିଥିଲେ ସେ ଓ ତାଙ୍କ ପରିବାର ଗତ କିଛି ବର୍ଷ ହେଲା ଗୋଟିଏ କାଉ ଯୋଡିକୁ ଓ ତାଙ୍କର ୨ଟି ଛୁଆଙ୍କୁ ଖାଇବାକୁ ଦେଇ ରଖିଛନ୍ତି l ସେମାନେ ତାଙ୍କ ସହିତ ଖୁବ ଖୁସିରେ ସମୟ ବିତାଉ ଛନ୍ତି l କିନ୍ତୁ ଗତ କିଛିଦିନ ତଳେ ପୁରା ପରିବାର ଉଡିଗଲେ l କିନ୍ତୁ ଉଡିଯିବ ସମୟରେ ସ୍ଟୁଆର୍ଟ ଙ୍କ ପାଇଁ ଗିଫ୍ଟ ଛାଡି ଯାଇଥିଲେ l
ଗିଫ୍ଟ ଟି ଏହିଭଳି ଥିଲା ଯେ କାଉଟି ଗୋଟିଏ ପ୍ରକାରର ଶୋ ଗଛ ଯାହାର ନାମ ଚିଡ଼ ତାର ଡାଳକୁ ଛିଡ଼ାଇ ଆଲୁମିନିୟମ କେନ ମଧ୍ୟରେ ପୁରାଇ ଗୋଟିଏ ଫୁଲ ତୋଡ଼ା ଭଳି ଦେଖା ଯାଉଥିଲା l ସ୍ଟୁଆର୍ଟ ଏହାକୁ ନିଜ ଟୁଇଟର ଆକାଉଣ୍ଟ ରେ ସେୟାର କରିଛନ୍ତି ଓ ଏହାର ଫଟୋ ସେୟାର କରିଛନ୍ତି l ଏହାକୁ ୩୭ ହଜାର ଲୋକ ଲାଇକ କରିଛନ୍ତି ଓ ୧୦ ହଜାରରୁ ଅଧିକ ଲୋକ ରି ଟୁଇଟ କରିଛନ୍ତି l ଏହା ଭାଇରଲ ହେବା ପରେ ଅଧିକାଂଶ ଲୋକ କହିଛନ୍ତି କାଉ ଖୁବ ବୁଦ୍ଧିମାନ ଅଟେ l
Comments are closed.