ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଘରେ ରହିଥିବା ସବୁଜ ଜିନିଷ ର ପ୍ରଭାବ ସେହି ଘରେ ରହୁଥିବା ସବୁଜ ଜିନିଷ ଘରର ସଦସ୍ୟ ମାନଙ୍କ ଉପରେ ଓ ତାଙ୍କ ଜୀବନ ଉପରେ ନିହାତି ପଡିଥାଏ l ଫେଙ୍ଗସୁଇ ରେ କୁହାଯାଇଛି ଯେ କିଛି ଜିନିଷ ଏଭଳି ରହିଥାଏ ଯାହା ଘରକୁ ସକାରାତ୍ମକ ଶକ୍ତି ନେଇ ଆସିଥାଏ l ବାସ୍ତୁ ଶାସ୍ତ୍ର ଭଳି ଫେଙ୍ଗସୁଇ ରେ ମଧ୍ୟ ସବୁଜ ବୃକ୍ଷକୁ ଖୁବ ମହତ୍ୱ ଦିଆଯାଇ ଥାଏ l ଫେଙ୍ଗସୁଇ ଅନୁସାରେ ଏପରି କିଛି ଗଛ ବୃକ୍ଷ ରହି ଥାଆନ୍ତି ଯାହା ଘରକୁ ସକାରାତ୍ମକ ଶକ୍ତି ନେଇ ଆସି ଥାଏ l ଆସନ୍ତୁ ଆଜି ଜାଣିବା ସେହି ଗଛ ଗୁଡିକ ବିଷୟରେ l
– ମନି ପ୍ଲାଣ୍ଟ –
ଫେଙ୍ଗସୁଇ ଅନୁସାରେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l ମାନ୍ୟତା ରହିଛି ଯେ ଏହି ଗଛ ଯେତେ ବଡ ହୋଇଥାଏ ସେତେ ଆର୍ଥିକ ଉନ୍ନତି ହୋଇଥାଏ l ମାନିପ୍ଲାଣ୍ଟ କୁ ସର୍ବଦା ଆଗ୍ନେୟ କୋଣରେ ଲଗାଇବା ଉଚିତ l ଏହାଦ୍ୱାରା ଗଛକୁ ସକାରାତ୍ମକ ଉର୍ଜା ମିଳିଥାଏ l
ସ୍ନେକ ପ୍ଲାଣ୍ଟ –
ଏହା ଗୋଟିଏ ଇଣ୍ଡୋର ପ୍ଲାଣ୍ଟ ଅଟେ l ଏହାକୁ ଘରେ କିମ୍ବା ଅଫିସ ରେ ଲଗା ଯାଇଥାଏ l ଏହାକୁ ଘରେ ଲଗାଇବା ଦ୍ୱାରା ସୁନ୍ଦରତା ବୃଦ୍ଧି ହୋଇଥାଏ ଓ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ l ଏହି ଗଛଟି ମାନସିକ ଚିନ୍ତା ଦୂର କରି ମନକୁ ଶାନ୍ତ ରଖିଥାଏ l
ବାମ୍ବୁ ପ୍ଲାଣ୍ଟ –
ଏହି ଗଛଟି ପର୍ଯାବରଣ କୁ ସୁସ୍ଥ ରଖିଥାଏ l ଫେଙ୍ଗସୁଇ ଅନୁସାରେ ଘରେ ବାଁମ୍ବୁ ପ୍ଲାଣ୍ଟ ରଖିବା ଦ୍ୱାରା ଭାଗ୍ୟ ଖୋଲି ଯାଇଥାଏ l ଘର ପରିବାରକୁ ଏହି ଗଛ ରୋଗ ବୈରାଗ ଠାରୁ ଦୁରେଇ ରଖିଥାଏ l ବାଁମ୍ବୁ ଗଛକୁ ନାଲି ରଙ୍ଗର କପଡ଼ାରେ ବାନ୍ଧି ରଖିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ l
ଜେଡ ପ୍ଲାଣ୍ଟ –
ଜେଡ ପ୍ଲାଣ୍ଟ କୁ କ୍ରାସୁଲା ମଧ୍ୟ କୁହାଯାଇ ଥାଏ l ଫେଙ୍ଗସୁଇ ରେ ଏହାକୁ ସମୃଦ୍ଧିର ପ୍ରତୀକ ଭାବରେ ଗ୍ରହଣ କରାଯାଏ l ଏହାକୁ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ l ଏହି ଗଛ ଘର ସଦସ୍ୟଙ୍କ ଭାଗ୍ୟ ବୃଦ୍ଧିର କାର୍ଯ୍ୟ କରିଥାଏ l ଏହାକୁ ଘରେ ଓ ଅଫିସ ରେ ଲଗାଇବା ଦ୍ୱାରା କାର୍ଯ୍ୟକ୍ଷମତା ର ବୃଦ୍ଧି ହୋଇଥାଏ l
