Odisha news

WHO ର ସୂଚନା ୩୦ ମିନିଟ ର ବ୍ୟାୟାମ କରିଥାଏ ଡିପ୍ରେସନକୁ ଦୂର ଓ ମନରେ ଆଣିଥାଏ ସକାରାତ୍ମକ ଭାବନା

0

WHO ର ସୂଚନା ଅନୁସାରେ ମାନସିକ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଶରୀର ଓ ମସ୍ତିଷ୍କ ପାଇଁ ଖୁବ ହିତକର l ଏହାଛଡା ସାଇକିଆଟ୍ରିକ ମାନଙ୍କ ଗୋଟିଏ ଗବେଷଣା ଅନୁସାରେ ମଧ୍ୟ ଏହି ତଥ୍ୟ ସାମ୍ନା କୁ ଆସିଛି l ବ୍ୟାୟାମ ମନର ନିରାଶା କୁ ଦୂର କରିଥାଏ l ମସ୍ତିଷ୍କ ର ବିକାଶ କରିଥାଏ l ଯେଉଁ ବ୍ୟକ୍ତିମାନେ ମାନସିକ ସ୍ୱାସ୍ଥ୍ୟ ରେ କୌଣସି ଅସୁବିଧା ଦେଖା ଦେଇଥାଏ ତାହା ଦିନକୁ ମାତ୍ର ୩୦ ମିନିଟ ବ୍ୟାୟାମ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟରେ ବିକାଶ ହୋଇଥାଏ l

– ଜଣେ ଗବେଷକଙ୍କ ମତରେ ୧୮ ରୁ ୬୫ ବର୍ଷର ମହିଳା ମାନଙ୍କ ଉପରେ ହୋଇଥିବା ଷ୍ଟଡି ଅନୁସାରେ , ଯେଉଁଥିରେ ଜଣା ପଡିଥିଲା ଯେ ଅଧିକ ମହିଳା ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରି ଥାଆନ୍ତି l ତେଣୁ ଏଥିପାଇଁ ବ୍ୟାୟାମ ଗୋଟିଏ ଭଲ ମାଧ୍ୟମ ବୋଲି କୁହାଯାଇଛି l

– ଏହି ଗବେଷଣାରେ ଏହା ମଧ୍ୟ ଜଣା ପଡିଥିଲା ଯେ ଯେଉଁ ମାନେ ବ୍ୟାୟାମ ଦ୍ୱାରା ଅନେକ ମହିଳା ମାନସିକ ଚାପରୁ ମୁକ୍ତି ମିଳୁ ଥିଲା l କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ ହେଲା ବ୍ୟାୟାମ ସମୟରେ ଆପଣ କରୁଥିବା ବ୍ୟାୟାମ ଗୁଡିକ ଉପରେ ନିଜର ଧ୍ୟାନ ରଖିବେ l

– ଗବେଷକ ଓ WHO ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ୨ଦିନ ବ୍ୟାୟାମ କରି ମନକୁ ପ୍ରଫୁଲ ରଖିପାରୁ ଥିଲେ ସେହି ସ୍ଥାନରେ ଘର ଭିତରେ ବନ୍ଦ ହୋଇ ରହୁଥିବା ବ୍ୟକ୍ତି ନିଜର ମାନସିକ ଭାରସାମ୍ୟ ହ୍ରାସ କରି ଭୁଲ ପଦକ୍ଷେପ ନେଉଥିଲେ l

– ଗବେଷଣା କହୁଛି ମଣିଷଙ୍କ ଉପରେ ଆଉଟ ଡୋର ବ୍ୟାୟାମ ଅଧିକ ପ୍ରଭାବ ପକାଇଥାଏ l ଯାହାକି ମନରେ ଶୁଭ ଚିନ୍ତା, ସକାରାତ୍ମକ ଭାବନା, ମନକୁ ଉତ୍ଫୁଳିତ ରଖିବା ଭଳି ବିଭିନ୍ନ ପ୍ରକାର ସାହାଯ୍ୟ କରିଥାଏ

Nalco
Leave A Reply