Odisha news

ଅଦ୍ଭୁତ ଘଟଣା : ରାସ୍ତାରେ ଯାଉଥିବା କାର ଉପରେ ଖସି ପଡିଲା ବିମାନ , ତା ପରେ ….

ନୂଆଦିଲ୍ଲୀ : ଥରେ ଆପଣ ଭାବି ଦେଖନ୍ତୁ ତ ଆପଣ ନିଜ ପରିବାର ସହିତ ଅତି ଆରାମରେ କାରରେ ବୁଲିବାକୁ ବାହାରିଛନ୍ତି l ଅଚାନକ କୌଣସି ବିମାନ ଆପଣଙ୍କ ଗାଡି ଉପରେ ଅଚାନକ ଖସି ପଡିବ ଆପଣ କଣ କେବେ ଏଭଳି ଚିନ୍ତା କରିଛନ୍ତି l ହଁ ,ଆମେରିକାରେ ଗୋଟିଏ ଏହିଭଳି ଘଟଣା ଘଟିଛି l ଆମେରିକାର ସାଉଥ ଫ୍ଲୋରିଡ଼ାରୁ ଗୋଟିଏ ଏହିଭଳି ଘଟଣା ସାମ୍ନାକୁ ଆସିଛି l ଯେଉଁଠାରେ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଛୋଟ ବିମାନ କାର ଉପରେ ଖସି ପଡିଛି l

ଏହି ଘଟଣାଟି ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରହିଛି l ଏହି ଭୟଙ୍କର ଘଟଣାରେ ପାଇଲଟ ସହିତ ୩ଜଣ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କାରରେ ବସିଥିବା ଗୋଟିଏ ୪ବର୍ଷର ଶିଶୁ ମଧ୍ୟ ରହିଛି l ଏହି ଘଟଣା ଘଟିବା ସମୟରେ ଉକ୍ତ ଶିଶୁଟିର ମା ଗାଡି ଚଳାଉଥିଲେ ,ଯିଏ ପେସାରେ ଜଣେ ଶିକ୍ଷୟତ୍ରୀ ଅଟନ୍ତି l ବର୍ତମାନ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l

ପ୍ରତ୍ୟକ୍ଷଦର୍ଶୀଙ୍କ ନିକଟରୁ ଜଣା ପଡିଛି ଯେ ଏହି ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯାହା ଚତୁର୍ଦିଗରେ କମ୍ପନ ସୃଷ୍ଟି କରିଥିଲା l ସୂତ୍ରରୁ ଜଣା ପଡିଛି ଯେ ବିମାନଟି ଫ୍ଲୋରିଡ଼ାର ପେମବ୍ରୋକ ପାଇନ୍ସ ସ୍ଥିତ ନର୍ଥ ପେରି ବିମାନ ବନ୍ଦରରୁ ଉଡାଣ ଭରିଥିଲା l ଉଡାଣ ଭରିବାର କିଛି ସମୟ ପରେ ଜନବସତି ପୁର୍ଣ ଅଞ୍ଚଳରେ ସଡ଼କରେ ଦୁର୍ଘଟଣା ଗ୍ରସ୍ତ ହୋଇ ଖସି ପଡିଥିଲା l ପ୍ରାଥମିକ ଯାଞ୍ଚ ରିପୋର୍ଟରୁ ସାମ୍ନାକୁ ଆସିଛି ଯେ ବିଜୁଳୀ ତାର ଦ୍ୱାରା ଫସି ଯିବା ପରେ ପାଇଲଟଙ୍କ ହାତ ଅନିୟନ୍ତ୍ରିତ ହୋଇ ଯାଇଥିଲା ଓ କଣ୍ଟ୍ରୋଲ ଖସି ଯାଇଥିଲା ,ତଳକୁ ଖସି ପଡିଥିଲା l

IEC 2 years

Comments are closed.