Odisha news

ଖୁନୀ ମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟୋମକେଶ ରାୟଙ୍କ ବିବୃତି ସଇତାନର ବେଦ ପାଠ ସଦୃଶ୍ୟ : ଇରାସିସ

 ମୁଖ୍ୟମନ୍ତ୍ରୀ ମା’ଙ୍କୁ ସମ୍ମାନର କଥା କହୁଥିବାବାଳେ ବିଜେଡି ଦଳର ବିଧାୟକ ମାନେ ମା’ ଭଉଣୀମାନଙ୍କର ଇଜ୍ଜତ ଲୁଟ୍ କରୁଛନ୍ତି
 ବିଜେଡି ବିଧାୟକ ବ୍ୟୋମକେଶ ରାୟ ଜଣେ ମାଫିଆ
 ବିଜୁ ଛାତ୍ର ଜନତା ଦଳର ସଭାପତି ହେବା ଦିନ ଠାରୁ ସେ ମାଫିଆ କାରବାର ଚଲାଇଛନ୍ତି
 ଦିନେ ଗାଡି ମାଗି ଚଲାଉଥିବା ବିଧାୟକ ଏବେ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି ?
 ବ୍ୟୋମକେଶ ରାୟ ମୋତିଲାଲ ଗୌଡ ସହ ମିଶି ରାଜ୍ୟ ରାଜକୋଷରେ ଚୂନ ଲଗାଇଥିଲେ
 ବ୍ୟୋମକେଶ ରାୟ ଜଣେ ବିଧାୟକ ହିସାବରେ ତାଙ୍କ ସଂପତି ତାଲିକା ଏବଂ ରୋଜଗାରର ଉତ୍ସ ସଂପର୍କରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ
ଭୁବନେଶ୍ୱର,ତା.୨୧/୩: ଗତକାଲି ବିଧାନସଭାର ପବିତ୍ରଗୃହରେ ବିରୋଧୀ ଦଳର ବିଧାୟକ ମାନଙ୍କ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବିଶେଷ କରି ମାହାଙ୍ଗା ଡବଲ ମର୍ଡର ନେଇ ଯେଉଁ ବିବୃତି ରଖାଗଲା, ତାହା ଉତରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଗୃହ ବାହାରେ ଯେଉଁ ପତିକ୍ରିୟା ରଖିଲେ ତାହା ସଇତାନର ବେଦ ପାଠ ସଦୃଶ୍ୟ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ କହିଛନ୍ତି ।
ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲା ଖୁନୀ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବା କାମରେ ଲାଗିଛନ୍ତି ତାଙ୍କର ଚେଲାଚାମୁଣ୍ଡା । ଖୁନୀ ମନ୍ତ୍ରୀଙ୍କ ପାଇଁ ଯିଏ ଏବେ ଓକିଲାତି କରୁଛନ୍ତି ସେ ଜଣେ ସଇତାନ୍ । ବିଜେଡି ବିଧାୟକ ବ୍ୟୋମକେଶ ରାୟ ୨୦୧୯ ନିର୍ବାଚନ ଜିତିବା ପାଇଁ ଚାନ୍ଦବାଲି ଅଂଚଳରେ ବିଷାକ୍ତ ମଦ ବାଂଟିଥିଲେ । ଏହା ଦ୍ୱାରା ୧୨ ଜଣଙ୍କର ମୃତୁ୍ୟ ହୋଇଥିଲା । ଏହା ସତ୍ୱେ ପୋଲିସ ପ୍ରଶାସନ ତାଙ୍କୁ ତଦନ୍ତ ପରିସରଭୃକ୍ତ କଲା ନାହିଁ । ସେ ସମୟରେ ଭାରତୀୟ ଜନତା ପାର୍ଟି ଏହି ପ୍ରସଙ୍ଗରେ ରାଜ୍ୟ ମାନବଧିକାର କମିଶନଙ୍କ ଦ୍ୱାରସ୍ତ ହୋଇଥିଲା । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ଗ୍ରାମ ପଂଚାୟତରେ ମହିଳା ମାନଙ୍କ ଉପରେ ଆକ୍ରମଣ ହେଲା । ଏହା ପଛରେ ବିଧାୟକ ବ୍ୟୋମକେଶ ରାୟଙ୍କ ସଂପୃକ୍ତି ଥିବାସତ୍ୱେ ପୋଲିସ ଶାସକ ଦଳ ଚାପରେ ଏହି ଘଟଣାର ତଦନ୍ତ କଲା ନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମା’ଙ୍କୁ ସମ୍ମାନର କଥା କହୁଥିବାବାଳେ ବିଜେଡି ଦଳର ବିଧାୟକ ମାନେ ମା’ ଭଉଣୀମାନଙ୍କର ଇଜ୍ଜତ ଲୁଟ୍ କରୁଛନ୍ତି ଏବଂ ଗୁଣ୍ଡା ଲଗାଇ ଆକ୍ରମଣ କରୁଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ବିଜେଡି ବିଧାୟକ ବ୍ୟୋମକେଶ ରାୟ ଜଣେ ମାଫିଆ । ତାଙ୍କର ମାଫିଆମାନଙ୍କ ସହିତ ସୁସଂପର୍କ ରହିଛି । ବିଶେଷ କରି କଟକ ଅଂଚଳରେ ସେ ତାଙ୍କର ମାଫିଆ କାରବାର ଚଲାଇଥିବାର ଅଭିଯୋଗ ବିଭିନ୍ନ ସମୟରେ ଆସିଛି । ବିଜୁ ଛାତ୍ର ଜନତା ଦଳର ସଭାପତି ହେବା ଦିନ ଠାରୁ ସେ ମାଫିଆ କାରବାର ଚଲାଇଛନ୍ତି । ବାଲି, ପଥର, ମଦ ମାଫିଆଙ୍କ ସହ ସଂପର୍କ ରଖି ସେ କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ବିଗତ ଦିନରେ ବ୍ୟୋମକେଶ ବାବୁ କାହାର ଧଳା ସ୍କୋପିଓ ଚଲାଉଥିଲେ ତାହା ସ୍ପଷ୍ଟ କରିବେ କି ? ଆଉ ଯେଉଁ ସ୍କ୍ରୋପିଓ ସେ ଚଲାଉଥିଲେ ସେ କେଉଁ ମାଫିଆଙ୍କ ସହ ତାଙ୍କର ସଂପର୍କ ଥିଲା ସେ କହିବେ କି? ଦିନେ ଗାଡି ମାଗି ଚଲାଉଥିବା ବିଧାୟକ ଏବେ କୋଟି କୋଟି ଟଙ୍କାର ମାଲିକ ହେଲେ କିପରି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ବିଗତ ଦିନରେ ବ୍ୟୋମକେଶ ରାୟ ମୋତିଲାଲ ଗୌଡ ସହ ମିଶି ରାଜ୍ୟ ରାଜକୋଷରେ ଚୂନ ଲଗାଇଥିଲେ । ସେତେବେଳେର ଫ୍ୟାକ୍ଟି ଆଣ୍ଡ ବ୍ରଏଲର ବିଭାଗର ସହକାରୀ ନିଦେ୍ର୍ଦଶକ ମୋତିଲାଲ ଗୌଡ ସହ ତାଙ୍କର କେଉଁ ସଂପର୍କ ଥିଲା ତାହା ବ୍ୟୋମକେଶ ବାବୁ ସ୍ପଷ୍ଟ କରିବେ କି ? ଏହି ଘଟଣା ପ୍ରତ୍ୟେକ ଗଣମାଧ୍ୟମରେ ଉଠିବା ସତ୍ୱେ ସେତେବେଳ ପୋଲିସ କାହିଁକି ବ୍ୟୋମକେଶ ବାବୁଙ୍କୁ କାହିଁକି ତଦନ୍ତ ପରିସରଭୃକ୍ତ କଲା ନାହିଁ । ବ୍ୟୋମକେଶ ରାୟ ଜଣେ ବିଧାୟକ ହିସାବରେ ତାଙ୍କ ସଂପତି ତାଲିକା ଏବଂ ରୋଜଗାରର ଉତ୍ସ ସଂପର୍କରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ । ତାଙ୍କର ଏତେ ସଂପତି ଠୁଳ ହେଲା କିପରି? ସେ ଭଦ୍ରକ ଜିଲ୍ଲାର ଜୈନକ ବିଧାୟକଙ୍କ ଠାରୁ ଟିକେଟ ପାଇଁ କେତେ ଟଙ୍କା ନେଇଛନ୍ତି ଏବଂ ତାଙ୍କର ବ୍ୟବସାୟରେ କେତେ ଟଙ୍କା ଲଗାଇଛନ୍ତି ତାହା ତଦନ୍ତ ହେବା ଦରକାର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ବିଶ୍ୱଜିତ ଷଡଙ୍ଗୀ ଉପସ୍ଥିତ ଥିଲେ ।

IEC 2 years

Comments are closed.