Odisha news

ପିପିଲି ଉପନିର୍ବାଚନ : କଂଗ୍ରେସ ପ୍ରଚାରରେ ସାମିଲ ହେଲେ ହେଭିେଓଟ ନେତା

0

ପିପିଲି : – ପିପିଲି ଉପନିର୍ବାଚନ ମାହୋଲ ପୁରା ଜମିବାରେ ଲାଗିଛି । କଂଗ୍ରେସ ପ୍ରାର୍ଥି ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିବାବେଳେ ଦଳର ରାଜ୍ୟ ନେତା ପ୍ରଚାର ମଙ୍ଗ ଧରିଛନ୍ତି । ଶନିବାର ଦଳର ହେଭିେଓଟ ନେତା ପ୍ରଚାର କରି ଅଜିତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ୱାଳ, ଜାତୀୟ ସ୍ତର ନେତା ରୁଦ୍ର ରାଜୁ, ବିଧାୟକ ତାରାପ୍ରସାଦ ବାହିନିପତି, ଜୟଦେବ ଜେନା, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପର୍ଯ୍ୟବେକ୍ଷକ ବିଜୟଲକ୍ଷ୍ମୀ ସାହୁ ପ୍ରମୁଖ ନେତୃମଣ୍ଡଳୀ ଉତରାଛକ ଠାରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ପିପିଲି ଏସଏସି ଅଂଚଳ, ହାଟସାହି, ଦାଣ୍ଡମୁକୁନ୍ଦପୁର, କୂଳଶିଖର ପାଟଣା, ସଁପୁର ଆଦି ଗ୍ରାମପଂଚାୟତର ବିଭିନ୍ନ ଗ୍ରାମ ବୁଲି ପ୍ରଚାର କରିବା ସହ ଦଳକୁ ଜିତାଇବା ପାଇଁ ଅନୁରୋଧ କରିଥଲେ । ଏହି ବାଇକ ରାଲିରେ ପ୍ରାୟ ଦେଢହଜାର ବାଇକ ସାମିଲ ହୋଇଥିଲା ।

IEC 2 years
Leave A Reply