ପିପିଲି.. ଏହି ବ୍ଲକ ଅନ୍ତର୍ଗତ ଯଇସ ପାଟଣା ଗ୍ରାମ ରେ ଅବସ୍ଥିତ ରଶ୍ମିରେଖା ଛତୁ ଉତ୍ପାଦନ କେନ୍ଦ୍ର ଠାରେ ଏମ୍ ଏସ୍ ଏମ୍ ଇ ଏବଂ ଡି ଆଇ ସି ର ମିଳିତ ସହଯୋଗରେ ଏକ ପନ୍ଦର ଦିନିଆ ଶିଳ୍ପୋଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଓ ତାଲିମ୍ ଶିବିର ର ଆଜି ଉଦଯାପନ ହୋଇ ଯାଇଚି. ଏହି ତାଲିମ୍ ଶିବିରରେ ପୁରୀ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲା ର ମୋଟ 38 ଜଣ ମହିଳା ଏବଂ ପୁରୁଷ ପ୍ରଶିକ୍ଷଣ ନେଉଥିବା ବେଳେ ଏହା ଚଳିତ ମାସ ପନ୍ଦର ତାରିଖ ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି. ଏହି ପନ୍ଦର ଦିନ ଭିତରେ ଡି ଆଇ ସି କର୍ମକର୍ତ୍ତା, ବ୍ଯାଙ୍କ ଅଫିସର, ଏବଂ ଅଭିଜ୍ଞ ଶିଳ୍ପପତି ମାନେ ଆସି ବିଭିନ୍ନ ସମୟରେ ଶିକ୍ଷା ପ୍ରଦାନ କରିଥିଲେ. ଆଜି ର ଏହି ଉଦଯାପନୀ ଦିବସରେ ଭୁବନେଶ୍ବର ସ୍ଥିତ ଓ ଇ ଡି ର ସଂଯୋଜକ ସୁବ୍ରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ୍ସ ନେଉଥିବା ସମସ୍ତ ବ୍ୟକ୍ତି ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ. ମୁଖ୍ୟବକ୍ତାଭାବେ ଓ ଇ ଡି ର ପ୍ରୋଗାମ ଅଫିସର ଜୀ ଏନ୍ ଭୋଳ ଏବଂ ସମ୍ମାନିତ ଅତିଥି ଭାବେ ରଶ୍ମିରେଖା ଚ୍ଛତୁ ଉତ୍ପାଦନ କେନ୍ଦ୍ର ର ନିର୍ଦ୍ଦେଶକ ସଞ୍ଜିତ୍ କୁମାର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ବକ୍ତବ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ. ଶେଷ ରେ ତାଲିମ୍ ପାଇଁ ଆସିଥିବା ସମସ୍ତ ବ୍ୟକ୍ତି ଚ୍ଛତୁ ଫାର୍ମ ବୁଲି ଦେଖିଥିଲେ. I