ଆସିକା : ଗଞ୍ଜାମ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଓ ଶାସକ ବିଜେଡ଼ି ଦଳ ର ପ୍ରୋତ୍ସାହନ ରେ ବିଭିନ୍ନ ଗ୍ରାମରେ ଆତଙ୍କରାଜ ସୃଷ୍ଟି କରାଯାଉଥିବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଶନିବାର ଦିନ ସ୍ଥାନୀୟ କନ୍ୟକାପରମେଶ୍ବରୀ ମନ୍ଦିର ପରିସରେ ଦଳର ଘୁମୁସର ସାଂଗଠାନିକ ଜିଲ୍ଲା ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟ ବିଜେଡ଼ି ସରକାର ଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ କରିଥିଲେ। ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ଦାସ ଙ୍କ ସଂଯୋଜନାରେ ଘୁମୁସର ସାଂଗଠାନିକ ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକ ଗତ ୨୭ ତାରିଖ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ହୀରାପଲ୍ଲୀ ଗ୍ରାମ ରେ ଦଳୀୟ କର୍ମୀ ପ୍ରଭାକର ଗୌଡଙ୍କ ବିବତ୍ସ ହତ୍ୟାକାଣ୍ଡ ର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ। ମୁଖ୍ୟ ଅଭିଯୁକ୍ତ ବିଜେଡ଼ି ଦଳ ର ସମର୍ଥକ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ପାଖ ଲୋକ ହୋଇଥିବା ରୁ ପୋଲିସ ଠିକ୍ ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଥିଲେ।ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତଳସର ଗ୍ରାମ ର ସୁନିଲ ରାଉତ ଙ୍କ ହତ୍ୟା ଘଟଣା ରେ ମଧ୍ୟ ପୋଲିସ ର ନିଷ୍କ୍ରିୟତା କୁ ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା। ଆଗାମୀ ମୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଠି ରେ ରଖି ବିଜେଡି ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ଭୟର ବାତାବରଣ ସୃଷ୍ଟି କରାଯାଉଥିବା ସେ ଗୁରୁତର ଅଭିଯୋଗ କରିଥିଲେ। ବିଭିନ୍ନ ସରକାରୀ ଯୋଜନା ସଠିକ ହିତାଧିକାରୀଙ୍କ ନିକଟରେ ନ ପହଞ୍ଚି ହରିଲୁଟ୍ ହେବା ସହ ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତି,ଅନ୍ୟାୟ, ଅତ୍ୟାଚାର, ରାଜନୈତିକ ହିଂସା ସହ ପିସି କାରବାରରେ ଲିପ୍ତ ରହିଥିବା ପ୍ରତିବାଦରେ ରେ ବିଜେପି ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ମହାନ୍ତି, ସୁର୍ଯ୍ୟ ନାରାୟଣ ଦାସ ,ମହେଶ ମହନ୍ତି,ଭାରତୀ ବେହେରା,ରଞ୍ଜନ କୁମାର ପଲାଇ,ନୀଳମଣି ବିଷୋୟୀ,ଅରୁଣ ପଣ୍ଡା,ଯୁବମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା,ମଧୁସ୍ମିତା ପଲାଇ,ନାରାୟଣ ବେହେରା,ଙ୍କ ସମେତ ଦଳ ର ବହୁ ନେତା ଉପସ୍ଥିତ ଥିଲେ।