Odisha news

ପିପିଲି ପ୍ରବେଶ ପଥ ରେ ଆଇ ଲଭ ପିପିଲି ସେଲ୍ଫି ପଏଣ୍ଟ ଉଦଘାଟିତ.

0

ପିପିଲି : ମଙ୍ଗଳବାର ଅପରାହ୍ନ ରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦ୍ୱାରଦେଶ ରେ ଆଇ ଲଭ ପିପିଲି ସେଲ୍ଫି ପଏଣ୍ଟ କୁ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ଉଦଘାଟନ କରିଛନ୍ତି. ବାସ୍ତରୀ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଏହି ସେଲ୍ଫି ପଏଣ୍ଟ ରେ କଳା ଭାସ୍କର୍ଯ୍ୟ ରେ ଭରପୁର ବିଶ୍ୱବିଖ୍ୟାତ ପିପିଲି ଚାନ୍ଦୁଆର ଭିର୍ଣ୍ଣ ଭିର୍ଣ୍ଣ କଳାକୃତି ସ୍ଥାନିତ ହେବା ସହ ଏକ ସୁନ୍ଦର ତୋରଣ ଏବଂ ସୌର୍ଯ୍ୟ ବୀର୍ଯ୍ୟ ର ପ୍ରତୀକ ସପ୍ତ ଅଶ୍ୱ ସ୍ଥାନିତ ହୋଇଛନ୍ତି. ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ପୌରାଧ୍ୟକ୍ଷ ସେକ ବାବୁ,ଉପାଧ୍ୟଖ୍ୟା ଭାଗ୍ୟବତୀ ମହାରଣା,ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପିପିଲି ବ୍ଲକ ଅଧକ୍ଷା ଦେବସ୍ବିନ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ.ନିର୍ବାହୀ ଅଧିକାରୀ ପଲବୀ ବେହେରା, କନିଷ୍ଠ ଯନ୍ତ୍ରୀ ରଶ୍ମି ରଂଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.

Nalco
Leave A Reply