Odisha news

ଦାଣ୍ଡମୁକୁନ୍ଦପୁର ରେ ବେ ଆଇନ ବାଣ ତିଆରି ବିସ୍ଫୋରକ ପାଉଡର ଓ ବାଣ ଜବତ, ଜଣେ ଗିରଫ.

0

ପିପିଲି :  ମଙ୍ଗଳ ବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ପିପିଲି ପୋଲିସ ଏହି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର କୋଠବାଡ ଗ୍ରାମରେ ଏକ ବେଆଇନ ବାଣ ତିଆରି କାରଖାନା ଉପରେ ଚଢ଼ାଉ କରି ବାଣରେ ବ୍ୟବହୃତ ବିସ୍ଫୋରକ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ବିକ୍ରି ପାଇଁ ପ୍ରସ୍ତୁତ ଥିବା ବାଣ ଜବତ କରିବା ସହିତ ଏଥିରେ ସମୃକ୍ତ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି. ଗିରଫ ଅଭିଯୁକ୍ତ ହେଉଛନ୍ତି କୋଠବାଡ଼ ଗ୍ରାମର ପ୍ରଶାନ୍ତ ମଲିକ ଓରଫ କାବୁଲି (40). ଏଠାରେ ଦୀର୍ଘଦିନ ହେଲାଣି ବେଆଇନ ବାଣ ତିଆରି ହେଉଥିବାର ଜାଣିବାକୁ ମିଳିଛି.ପୋଲିସ କେଶ ନ 117/5.3.2024 ରେ ମୋକଦମା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛନ୍ତି.

Nalco
Leave A Reply