Odisha news

ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

0

ପିପିଲି: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ସୋମବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ଅଚାନକ ପରିଦର୍ଶନରେ ଯାଇଥିଲେ । ସେଠାରେ ପରୀକ୍ଷା ଚାଲିଥିବା ବିଭିନ୍ନ ଶ୍ରେଣୀ ଗୃହକୁ ମନ୍ତ୍ରୀ ପରିଦର୍ଶନ କରିବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସେଣ୍ଟର ସୁପରିଟେଣ୍ଡେଣ୍ଟ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ସହ ପରୀକ୍ଷା ପରିଚାଳନା ସଂପର୍କରେ କିଛି ସମୟ ଆଲୋଚନା କରିଥିଲେ ।

ତେବେ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ବିନା କୌଣସି ସମସ୍ୟାରେ ଅତି ଶୃଙ୍ଖଳାର ସହ ସମାପନ ହୋଇଥିବା ଯୋଗୁଁ ଏଥିପାଇଁ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ବୋର୍ଡ କତ୍ତୃପକ୍ଷ, ସମସ୍ତ ଜିଲାର ପ୍ରଶାସନ, ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ, ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେବା ସହ ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତ ୨ରେ ନାମ ଲେଖା ସମୟରେ ବିଷୟ ଚୟନ କ୍ଷେତ୍ରରେ ନିଜର ଅଭିଭାବକ, ଗୁରୁ, ଗୁରୁଜନଙ୍କ ପରାମର୍ଶ ଲୋଡିବା ପାଇଁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.