Odisha news

ପିପିଲି ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ୧୭୩ ଟି ପ୍ରକଳ୍ପ ପ୍ରଦର୍ଶିତ।

0
ପିପିଲି : ପିପିଲି ନୋଡାଲ ହାଇ ସ୍କୁଲ୍ ଠାରେ ପିପିଲି ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଅଛି। ପିପିଲି ବ୍ଲକ ଅନ୍ତର୍ଗତ  ବିଦ୍ୟାଳୟ ସମୁହ ରୁ ସ୍ବାସ୍ଥ୍ୟ, କୃଷି, କମ୍ପ୍ୟୁଟର,ପରିବେଶ,ପରିବହନ ଓ ଯୋଗାଯୋଗ ସମ୍ପର୍କିତ ୧୭୩ ଟି ପ୍ରକଳ୍ପ ଏହି ବିଜ୍ଞାନ ମେଳା ରେ ପ୍ରଦର୍ଶିତ ହୋଇଥିଲା। ଏଥି ମଧ୍ୟରୁ   ପାଞ୍ଚ ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଅଛି। ସେଗୁଡିକ ହେଉଛି  ନହଳା ପଡ଼ା ହାଇ ସ୍କୁଲ ର ଛାତ୍ର ଆଶୁତୋଷ ଷଡ଼ଙ୍ଗୀ ଙ୍କ ପ୍ରକଳ୍ପ ପ୍ରଥମ ହୋଇଥିବା ବେଳେ ଉତ୍କଳମଣି ନୋଡାଲ ସ୍କୁଲ୍ ର ସାଇକ୍ରିଷ୍ଣ ଷଡ଼ଙ୍ଗୀ ଦ୍ଵିତୀୟ,ଗୁରୁ ନାନକ ଇଂଲିଶ ମିଡିୟମ ସ୍କୁଲ ର ଆଦର୍ଶ ମହାନ୍ତି ତୃତୀୟ,ଶାସ୍ତ୍ରୀଜି ନୋଡାଲ ସ୍କୁଲ୍ ର ସ୍ନେହସ୍ମିତା ନାୟକ ଚତୁର୍ଥ ଏବଂ ତେଇଶପୁର ନୋଡାଲ ସ୍କୁଲର ସୁଭସ୍ମିତା ମହାପାତ୍ର ପଞ୍ଚମ ହୋଇ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଉକ୍ତ ବିଜ୍ଞାନ ମେଳାର ଉଦ୍ଘାଟନ  ପରିପ୍ରେକ୍ଷୀରେ ପିପିଲି ବ୍ଲକ ଶିକ୍ଷାଧିକାରୀ ରବି ନାରାୟଣ ନନ୍ଦଙ୍କ ପୌରହିତ୍ୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ମମତା ମିଶ୍ର ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ପରିଷଦ ସଭାପତି କାମଦେବ ବେହେରା ମୁଖ୍ୟ ବକ୍ତା ଏବଂ ପିପିଲି ବ୍ଲକ ଅଧକ୍ଷା ଦେବସ୍ଵିନ ନନ୍ଦ,ପୌରାଧ୍ୟକ୍ଷ ସେକ ବାବୁ,ବିଧାୟକ ପ୍ରତିନିଧି ଆର୍ତ୍ତବନ୍ଧୁ ରାଉତରାୟ,ପ୍ରଧାନ ଶିକ୍ଷକ ପୀତବାସ ସେଠୀ,ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଷଡ଼ଙ୍ଗୀ,ବିଜୟିନୀ ଶତପଥୀ ଏବଂ ପ୍ରଭାସ ଚନ୍ଦ୍ର ମିଶ୍ର, ରବୀନ୍ଦ୍ର ନାଥ ସ୍ୱାଇଁ,ଅଧ୍ୟାପକ ଦିବ୍ୟପ୍ରସଦ କାନୁନଗୋ ଅତିଥି ଭାବେ ଯୋଗଦେଇ  ସମାଜ ଗଠନରେ ବିଜ୍ଞାନର ଆବଶ୍ୟକତା ଓ ପିଲାମାନେ ବିଜ୍ଞାନ କିପରି ଅଗ୍ରଗତି କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଆବାହକ ବିକ୍ରମ ରଥ ସଭା ପରିଚାଳନା କରିଥିଲେ।  ରାଜ୍ୟ ଖାଦ୍ୟ ଆୟୋଗ ର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ମେଳା ପରିଦର୍ଶନ କରିଥିଲେ।ନାହଳlପଡ଼ା ହାଇସ୍କୁଲ ପୁର୍ବ ପରି ଚଳିତ ବର୍ଷ ମଧ୍ୟ ପ୍ରଥମ ହୋଇଅଛି। ଏହାର ଗାଇଡ ବିଜ୍ଞାନ ଶିକ୍ଷକ ହେମନ୍ତ ପ୍ରଧାନଙ୍କୁ ପ୍ରଶଂସା କରାଯାଇଅଛି।
Leave A Reply