ପିପିଲି… ଗତ ମେ ମାସରେ ସର୍ବଭାରତୀୟ ପ୍ରାଶାସନିକ ସେବା (ଆଇ ଏ ଏସ୍) ରେ କୃତିତ୍ଵ ହାସଲ କରିଥିବା ସଙ୍ଗଳେଇ ଗ୍ରାମର ଝିଅ ଲକ୍ଷ୍ମୀପ୍ରିୟା ଙ୍କୁ ଆଜି ନିଜ ଗ୍ରାମ ପଞ୍ଚାୟତ ଲକ୍ଷ୍ମି ନାରାୟଣ ପୁର୍ ସମ୍ବର୍ଦ୍ଧନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା. ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସାମାଜ ସେବି ଗଙ୍ଗାଧର ସେଠି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ସଭାରେ ଲକ୍ଷ୍ମି ପ୍ରିୟା ଙ୍କ ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଶିକ୍ଷକ ମମତା ନାୟକ, ଦେବରାଜ ଦାସ, ବେଣୁଧର ମାଝୀ, ପ୍ରମୋଦ ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ. ଏହି ଅବସରରେ ସମ୍ବର୍ଦ୍ଧନା କମିଟି ପକ୍ଷରୁ ଲକ୍ଷ୍ମି ପ୍ରିୟା ଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀ ଏବଂ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା. ଶିକ୍ଷୟିତ୍ରୀ ସୁଚିସ୍ମିତା ଦାସ ଏକ ପେନ୍ସିଲ୍ ଆର୍ଟ ମଧ୍ଯ ପ୍ରଦାନ କରିଥିଲେ. ଉକ୍ତ ସଭାରେ ଲକ୍ଷ୍ମି ପ୍ରିୟା ଙ୍କ ପିତା ପ୍ରମୋଦ ଉପାଧ୍ୟାୟ ଏବଂ ମାତା ସୌଦାମିନୀ ଉପାଧ୍ୟାୟ ଉପସ୍ଥିତ ଥିଲେ. ଆଇ ଏ ଏସ୍ ଲକ୍ଷ୍ମି ପ୍ରିୟା ଙ୍କ ବକ୍ତବ୍ୟ ଗ୍ରାମବାସୀ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କ ପାଇଁ ଖୁବ୍ ମୂଲ୍ୟବାନ୍ ଏବଂ ଉଚକୋଟିର ଥିଲା. ଅନ୍ୟ ମାନଙ୍କ ମଧ୍ୟରେ ସର୍ବେଶ୍ଵର ଭାରତୀ, କାହ୍ନୁ ଚରଣ ବେହେରା, ଅଜୟ ପଣ୍ଡା, ବାମଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
