Odisha news

ଓଲଟିଲା ଗୋରୁ ବୋଝେଇ ପିକଅପ

0

ଦଶପଲ୍ଲା ୩/୭ : ସୋମବାର ମଧ୍ୟାହ୍ନ ସମୟ ରେ ବେଆଇନି ଗୋରୁ ଚାଲାଣ ହେଉଥବା ଏକ ପିକଅପ ଭ୍ୟାନ ଏକ ଗଛ ରେ ଧକା ହେବା ଫଳରେ ଗାଡ଼ିରେ ଥିବା ଏକ ଗୋରୁ ର ମୃତ୍ୟୁ ହୋଇଥିବା ବେଳେ ସାତଟି ଗୋରୁ ଆହତ ହୋଇଛନ୍ତି । ଏହାସହ ପିକଅପ ଡ୍ରାଇଭର ସହ ଗୋରୁ ବେପାରୀ ଆହତ ହୋଇଛନ୍ତି । ଆହତ ଡ୍ରାଇଭର ଓ ଗୋରୁ ବେପାରୀଙ୍କୁ ଆହତ ଅବସ୍ଥାରେ ଉଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ ଆହତ ଗୋରୁଙ୍କୁ ଉଧାର କରାଯାଇ ସେହି ସ୍ଥାନ ରେ ଚିକିଛା କରାଯାଇଛି । ସୂଚନା ଯୋଗ୍ୟ ଯେ ଦଶପଲ୍ଲା ର ବିଭିନ୍ନ ସ୍ଥାନରୁ ବେ ଆଇନି ଗୋରୁ ଚାଲାଣ କରାଯାଉଛି । ନିର୍ଦ୍ୱନ୍ଦ ରେ ଏହି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ କଲିକତା ଚାଲାଣ କରାକାଉଛି । ଏହି ଚାଲାଣ ରେ ପୋଲିସ ଠାରୁ ଆରମ୍ଭ କରି ଦଲାଲ ମାନେ ଭଲ ମୁନାଫା ଉଠାଉ ଥିବା ବେଳେ ବେଧଡକ ଭାବେ ଚାଲିଛି ଏହି ଗୋରୁ ଚାଲାଣ । ବାଇଶିପଲ୍ଲୀ ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ଗ୍ରାମରୁ ଏହି ଗୋରୁ ଚାଲାଣ ହେଉଥିବା ବେଳେ ଘୁଗୁଡିପଡା ପଂଚାୟତ ଅସ୍ତିଆ ଠାରେ ଏହି ଗୋରୁ ବୋଝେଇ ପିକ ଅପ ଟି ଭାରଶ୍ୟାମ ହରାଇ ଏକ ଗଛରେ ଧକ୍କା ଦେଇ ଓଲଟି ପଶିଥିଲା । ଏହି ପିକ ଅପ ରେ ୮ ଟି ଗୋରୁଥିବା ଜଣା ପଡ଼ିଛି । ଏହି ଘଟଣା ରେ ପୋଲିସ ପିକ ଅପ କୁ ଜରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Nalco
Leave A Reply