Odisha news

ଗୋଛାପଡା ଥାନା ଅଂଚଳର କେନ୍ଦୁଗୁଡା ଗ୍ରାମରୁ ୮୫୦ କିଗ୍ରା ଗଞ୍ଜଇ ଜବତ : ଜଣେ ଗିରଫ

0

ଫୁଲବାଣୀ (ସନ୍ତୋଷ ମିଶ୍ର ): କନ୍ଧମାଳ ଜିଲା ଗୋଛାପଡା ଥାନା ଅଂଚଳରେ ଥିବା କେନ୍ଦୁଗୁଡା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ଗୋଛାପଡା ଥାନା ପୋଲିସ ଆଜି ୮୫୦ କିଗ୍ରା ଗଞ୍ଜଇ ଜବତ କରିଛି । କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରାୱାଲଙ୍କ ନିଦେ୍ର୍ଧଶକ୍ରମେ ଗତ ୭ ତାରିଖରେ ଗୋଛାପଡା ଥାନ ଅଧିକାରୀ ତୃପ୍ତିରଞ୍ଜନ ନାୟକଙ୍କ ନେତୃତ୍ୱରେ ପୋଲିସ ବାହୀନି ସେଠାରେ ଥିବା ନରୋତମ ପାଲିଅଙ୍କ ଘରେ ଚାଲାଣ ପାଇଁ ଗଛିତ ଥିବା ୮୫୦ କିଗ୍ରା ଗଞ୍ଜଇ ଜବତ କରିବା ସହିତ ନରୋତମ ପାଲିଆକୁ ଗିରଫ କରି ଏହି ସଂକ୍ରାନ୍ତରେ ଏକ ମାମଲା ୪୬/୨୦୨୦ ରୁଜ୍ଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଥିବା ନେଇ ଆଜି ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୁଚନା ଦେଇଛନ୍ତି । ତେବେ ସେ ଏହି ଗଞ୍ଜେଇକୁ ସୁଯୋଗ ଦେଖି ବାହାର ଜିଲାକୁ ଚାଲାଣ କରିବା ପାଇଁ ଗଛିତ ରଖିଥିବା ପୋଲିସ ଆଗରେ କହିଥିଲା ।

Ad2
Leave A Reply