ପାଞ୍ଚ ଦିନିଆ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ ଘାଟିତ ,ଜିଲ୍ଲା ରେ ଆଦିବାସୀ ସଂଗ୍ରହାଳୟ ଆବଶ୍ୟକ : ଉପବାଚସ୍ପତି
ଫୁଲବାଣୀ ତା ୫।୧:ଫୁଲବାଣୀ ରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ ଘାଟିତ ହୋଇଯାଇଛି। ଫୁଲବାଣୀ ଠାରେ ଥିବା କନ୍ଧମାଳ ଷ୍ଟାଡିୟମ ଠାରେ ଆୟୋଜିତ ଏହି ୫ ଦିନିଆ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ,କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ରେ ଫୁଲବାଣୀ କୋମଲ ଗାନ୍ଧାର ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା।କନ୍ଧମାଳ ଜିଲ୍ଲାପାଳ ପ୍ରାରମ୍ଭିକ ଭାଷଣରେ, ଜିଲ୍ଲା ରେ ଥିବା ସଂସ୍କୃତି ଓ ପରମ୍ପରା ଆଦିବାସୀ ଜୀବନ ଶୈଳୀ ତଥା ଜିଲ୍ଲା ରେ ଥିବା ଲୁକକାୟିତ ପ୍ରତିଭା ଲୋକ ଲୋଚନକୁ ଆସିବା ସହିତ ବାହାର ଜିଲ୍ଲା ଓ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଜୀବନ ଶୈଳୀ ବାବଦରେ ଲୋକେ ଜାଣି ପାରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ଅୟୋଜିତ କାର୍ଯ୍ୟକ୍ରମ ସଂସ୍କୃତି ଓ ପରମ୍ପରା ଏବଂ କୃଷି ଆଦି ବାବଦରେ ଜାଣିବାକୁ ପାଇବେ, ତଥା ସରକାରୀ ସୁବିଧା ସବୁ ଜିଲ୍ଲାରେ ଥିବା ଚାଷୀ ଓ ହୀତାଧିକାରୀ ମାନେ ଏହାର ଲାଭ ଉଠାଇ ପାରିବେ ସେଥିପାଇଁ ଆୟୋଜକମାନଙ୍କୁ ସହଯୋଗ କରିବା ପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଆଜି ସକାଳେ ଆନୁଷ୍ଠିତ ମଶାଲ ଶୋଭାଯାତ୍ରା ରେ ଯୋଗ ଦେଇଥିବା ଏସଡିସି ଅଧ୍ଯକ୍ଷ ରଦନ ମଲ୍ଲିକ କାର୍ଯ୍ୟକ୍ରମ ଏକ ଅନେକ ଉତ୍ତମ କାର୍ଯ୍ୟକ୍ରମ ବୋଲି କହିଥିଲେ। ଏହି ଅବସରରେ ଅତିଥିମାନେ ମହୋତ୍ସବର ସ୍ମରଣୀକା ‘ଗିରୀ ଝଙ୍କାର’ ର ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି, ଜିଲ୍ଲା ରେ ଥିବା କନ୍ଧ, ଗଣ୍ଡ, ସଉରା ଓ କୁଟୀଆ କନ୍ଧ ଭଳି ଚାରି ପ୍ରକାରର ଆଦିବାସୀ ମାନଙ୍କ ଜୀବନ ଶୈଳୀ ସଂସ୍କୃତି ଓ ପରମ୍ପରା ଆଦି ଆଧୁନିକତାର ଦୋଡରେ ଲୋପ ପାଇବାକୁ ବସିଲାଣି। ସେମାନଙ୍କ ଭବିଷ୍ୟତ ପିଢି ଏହି ବାବଦରେ ଜାଣିବାକୁ ପାଇବା ନିହାତି ଆବଶ୍ୟକ। ତେଣୁ ସରକାର ଜିଲ୍ଲା ରେ ଗୋଟିଏ ଆଦିବାସୀ ସଂଗ୍ରହାଳୟ କରାଇବାକୁ ଆଗ୍ରହ କରିଥିଲେ। ଏହି ମହୋତ୍ସବ ପଡିଆରେ ଓରମାସ ଏବଂ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ୍ ଗୁଡିକରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ଛୋଟ ଦାନା ଶସ୍ଯ ରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସବୁ ପ୍ରଦର୍ଶିତ କରାଯାଇଛି। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ। ପରେ ପରେ ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଏହି ପଲ୍ଲୀଶ୍ରୀ ମେଳାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଷ୍ଟଲ୍ ସହିତ ବହୁ ରକମର ଦୋକାନ ଓ ଖାଦ୍ୟ ଷ୍ଟଲ ମୁଖ୍ୟ ଆକର୍ଷଣ ହୋଉଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ କୃଷି ମେଳା ଆୟୋଜନ କରାଯାଇଛି।