ଫୁଲବାଣୀ ତା :୩/୧୧:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବାଲିଗୁଡା ରାସ୍ତାର ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ଏକ ବୋଲେରୋ ରାସ୍ତାରେ ଚାଲିଚାଲି ଯାଉଥିବା ଦୁଇଜଣ ଲୋକ ଙ୍କୁ ପଛପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି। ତେବେ ମୃତକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାଟଗୁଡା ପଞ୍ଚାୟତ ସିଙ୍ଗିମିଲା ଗାଁ ର ଯୁଗଳ ଡିଗାଲ ବୋଲି ଜଣା ପଡ଼ିଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଯୁବକ ଜଣକ ମୃତକଙ୍କ ପୁଅ କୁଶ ଡିଗାଲ ବୋଲି ଜଣା ପଡିଛି। ସୂଚନା ଅନୁସାରେ ଗତକାଲି ମୃତ ବ୍ୟକ୍ତି ଓ ତାଙ୍କ ପୁଅ କୌଣସି କାମରେ ଫୁଲବାଣୀ ଯାଇ ଭୋର ସକାଳୁ କୌଣସି ଗାଡି ନମିଳିବାରୁ ଫୁଲବାଣୀ ରୁ ଏକ ଡାଲା ଗାଡ଼ିରେ ଫିରିଙ୍ଗିଆ ଯାଏ ଆସିଥିଲେ ଓ ଫିରିଙ୍ଗିଆ ଠାରୁ ସାରଙ୍ଗଗଡ଼ କୁ ଚାଲିଚାଲି ଯାଉଥିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଫିରିଙ୍ଗିଆ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଉଭୟ ଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଯୁଗଳ ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ କୁଶ ଡିଗାଲ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଦୂରଘାଟଣା ସ୍ଥଳରୁ କିଛି ଦୂରରେ ବୋଲେରୋ ର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଯାହାଫଳରେ ବୋଲେରୋ ଡ୍ରାଇଭର ଓ ବୋଲେରୋରେ ବସିଥିବା କିଛି ଲୋକ ରାସ୍ତା କଡରେ ବୋଲେରୋ ଛାଡି ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କ ରେ ଖବର ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ବିକାଶ କୁମାର ଜାଲି ଙ୍କ ସହ ଏକ ଟିମ ଘଟଣା ସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ଙ୍କ ସହାୟତାରେ ଶବକୁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠେଇଦେଇ ଦୁର୍ଘଟଣା ଘଟାଇ ଥିବା ବୋଲେରୋ କୁ ଜବତ କରି ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ । ଅନ୍ୟପକ୍ଷରେ ବର୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ କିମ୍ବା ଡ୍ରାଇଭର ର କୌଣସି ପତ୍ତା ମିଳିନଥିବା ବେଳେ ଖୁବ ଶୀଘ୍ର ଗାଡିମାଲିକ ଓ ଡ୍ରାଇଭର ର ସନ୍ଧାନ ମିଳିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।