ଫୁଲବାଣୀ ୨୧।୧୦,:ଶୁକ୍ରବାର ଫୁଲବାଣୀ ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ୍ କୁମାର ବେହେରା ଏକ ପାଞ୍ଚ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି, ମାମଲାର ଅଭିଯୁକ୍ତ ନୀଲେଶ୍ୱର ପ୍ରଧାନକୁ, ସାକ୍ଷୀ ଓ ପ୍ରମାଣ, ପିଡିତାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ କୁ ଆଧାର କରି, ଦୋଷୀ ସାବ୍ୟସ୍ତ କରିବା ସହ ତାକୁ, ୨୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡଦେଶ ଶୁଣାଇଛନ୍ତି । ଏଥିସହ ତାକୁ ୨୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ଆଉ ଅଧିକ ଦେଢ଼ବର୍ଷ ଜେଲ ଦଣ୍ଡ ଭୋଗିବା କୁ ପଡିବ ବୋଲି ନିଜ ରାୟରେ ଦର୍ଶାଇଛନ୍ତି। ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ, ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଗତ ୨୦୨୦ ମସିହା ଅକ୍ଟୋବର ମାସ ୯ ତାରିଖରେ ଦାରିଙ୍ଗବାଡି ଅଞ୍ଚଳର ପିଡିତା ଜଣଙ୍କ ଘରେ ଏକାକୀ ଥିଲା । ବାପା ଓ ମା କାମକୁ ଯାଇଥିଲେ। ପିଡିତା ସାମନା ଘରକୁ ଟିଭି ଦେଖିବାକୁ ଯାଇ, ଟିଭି ଦେଖି ନିଜ ଘରକୁ ଫେରିବା ବେଳେ ଅଭିଯୁକ୍ତ ନାବାଳିକାକୁ ବାଟରୁ ଟେକି ନେଇ ନିକଟସ୍ଥ ରାଶି ବାରିରେ ତା ସହିତ ଦୁଷ୍କର୍ମ କରିଥିଲା । ବାପାମା ଘରକୁ ଫେରିଲା ପରେ ପିଡିତା ବାପାମାଙ୍କୁ ଘଟଣା ବିଷୟରେ କହିଥିଲା। ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଏହି ସଂକ୍ରାନ୍ତରେ ଏକ ଏତଲା ଦେଇଥିଲେ।ଏତଲା ଅନୁସାରେ ଦାରିଙ୍ଗବାଡ଼ି ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ କୁ କୋର୍ଟ ରେ ହାଜର କରାଯାଇଥିଲା। ଆଜି ସେହି ମାମଲାର ବିଚାର କରି ମାନ୍ୟବର ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ଏହି ମାମଲାକୁ ପୋକ୍ସୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।