ଆନନ୍ଦପୁର : ଘସିପୁରା ବ୍ଲକ ସାଇଁକୂଳସ୍ଥିତ ପତିତପାବନ ମହାବିଦ୍ୟାଳୟର ଦୁଇଟି ବିଜ୍ଞାନ ପରିକ୍ଷାଗାର ଓ ନୂତନ ନିର୍ମାଣ ଷ୍ଟାଫ କମନରୁମ ଉଦଘାଟିତ ହୋଇଯାଇଛି। ସକାଳ ୧୦ ଘଟିକା ସମୟରେ ମୁଖ୍ୟଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ,ସମ୍ମାନୀତ ଅତିଥିଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଭୁବନେଶ୍ଵରର ଉପାଧ୍ଯକ୍ଷ ତୁଷାରକାନ୍ତି ତ୍ରୀପାଠୀ, ସାଇଁକୂଳ ପଞ୍ଚାୟତର ସରପଞ୍ଚ ମୀରାରାଣୀ ନାୟକ, ତଥା ଅନେକ ନିମନ୍ତିତ ଅତିଥିଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ରାଉତଙ୍କ ପୈରୋହିତରେ ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି। ସର୍ବପ୍ରଥମେ ଏନ୍ସିସିଓ ଏନ୍ଏସଏସ୍ସମସ୍ତ ଛାତ୍ରଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଅତିଥିମାନଙ୍କୁ ପାଛୋଟି ଆଣିଥିଲେ।
ଏଥିସହିତ ମହାବିଦ୍ୟାଳୟରୁ + ୩ ଇତିହାସ ବିଭାଗର ଟପର ଓ + ୨କଳା ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀରେ ଟପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବାନିମନ୍ତେ ଏକ ସଭା କାର୍ଯ୍ୟର ଆୟୋଜନ ହୋଇଥିଲା। ଏହି ସଭାରେ ପ୍ରଥମେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତ୍ରିପାଠୀ ମହୋଦୟ ଙ୍କୁ ମାନପତ୍ର ଓ ଔପଡୋକନ ପ୍ରଦାନ କରିଥିଲେ ଏବଂ ସମ୍ମାନୀତ ଅତିଥି ଟପର ଛାତ୍ରଛାତ୍ରୀମାନଙ୍କୁ କୃତୀଫଳକ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ନରେନ୍ଦ୍ର କୁମାର ସାହୁ ଓ ଏନ୍ସିସି କମାଡଣ ଲେଷ୍ଟନାଷ୍ଟ ଜୟଦେବଦାଶ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସତ୍ୟନାରାୟଣ ମିଶ୍ର, ଅମୁଲ୍ୟ ରାଉତ, ସୁବୀର ଘୋଷ,ଅନନ୍ତ ନାରାୟଣ ଦାଶ, ମହେନ୍ଦ୍ର କୁମାର ନାୟକ, ଶରତ କୁମାର ଜେନା, ପ୍ରଦୀପ କୁମାର ମଲ୍ଲିକ, ଅଧ୍ୟାପିକା ସବିତା ରାଣୀ ମିଶ୍ର,ଚିନ୍ମୟୀ ନାୟକ, ସୌମ୍ୟାସୂଚରିତା ସାହୁ, ସ୍ଵାତାସୁନ୍ଧା ପଣ୍ଡା, କର୍ମଚାରୀ ହରମୋହନ ପରିଡା,ଘନଶ୍ୟାମ ଉଞ୍ଜ, ତାପସ ପତି, ଗ୍ରନ୍ଥାକାରିକ ନିରାକାର ଚକ୍ର , ଡେମୋଷ୍ଟେଟର ଆଲୋକ ଦାସ ,ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।