ଫୁଲବାଣୀ,୦୪/୦୨(ସନ୍ତୋଷ ମିଶ୍ର ), ଫୁଲବାଣୀ ପ୍ରେସ୍ କ୍ଳବ ଠାରେ କନ୍ଧମାଳ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ସମସ୍ତ ନେତା ଏକ ବୋଲି ପ୍ରକାଶ କରାଯିବା ସହିତ ଆଗାମି ପଂଚାୟତ ନିର୍ବାଚନରେ କଂଗ୍ରେସ ତାହାର ସମସ୍ତ ପ୍ରକାର ଉଦ୍ୟମ ବିଜୟ ହେବ ବୋଲି ନେତାମାନେ ମତ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଦଳୀୟ ବୈଠକରେ ଫୁଲବାଣୀ ପୌରାଂଚଳର ସମେତ କନ୍ଧମାଳ ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଂଚଳ ପରିଷଦ ଏବଂ ୧୨ ଟି ବ୍ଳକର ସମସ୍ତ କର୍ମକର୍ତା ମାନଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କଂଗ୍ରେସ ଦଳର ଜିଲ୍ଲା ପ୍ରଭାରୀ ବିସ୍ମୟ ମହାାପାତ୍ରଙ୍କ ସମେତ ପୁର୍ବତନ ଫୁଲବାଣୀ ବିଧାୟକ ଅଭିମନୁ୍ୟ ବେହେରା,ଭାରତୀୟ ଜାତୀୟ ମଜଦୁର କଂଗ୍ରେସ କନ୍ଧମାଳ ସଭାପତି ଘନ କୁମାର ଶବର,ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ,ହୀରାମଣି ସିଂ ମଣ୍ଡଳ ଓ ରୁଦା ମଲ୍ଲିକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ନେତୃ ବୃନ୍ଦ ଯୋଗ ଦେଇଥିଲେ ।
ଏହି ବୈଠକରେ ଜିଲା ସଭାପତି ଅନାମ ନାୟକ ଜିଲ୍ଲାର ନସ୍ୱଚ୍ଛନ କର୍ମକର୍ତାଙ୍କ ନାମ ଘୋଷଣା କରିଥିଲେ । ଘୋଷଣା ଅନୁସାରେ କନ୍ଧମାଳ ଜିଲା କୋଟଗଡ଼ ବ୍ଳକ କଂଗ୍ରେସ ସଭାପତି ଭାବେ ସରୋଜ ବେହେରାମାଝୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ତୁମୁଡ଼ିବନ୍ଧ ବ୍ଳକ ସଭାପତି ଭାବେ ପ୍ରମୋଦ କୁମାର ମାନସେଠ୍ , ବାଲିଗୁଡ଼ା ବ୍ଳକ ସଭାପତି ଭାବେ ଆଇବର ନାୟକ , କ.ନୂଆଗାଁ ବ୍ଳକ ସଭାପତି ଭାବେ ଜିତେନ୍ଦ୍ର ଦିଗାଲ ,ଫିରିଙ୍ଗିଆ ବ୍ଳକ ସଭାପତି ଭାବେ ତିଲେଶ୍ୱର କହଁର , ଫୁଲବାଣୀ ବ୍ଳକ ସଭାପତି ଭାବେ ଶ୍ରୀମତି କୁନି ମଲିକ ,ଖଜୁରିପଡ଼ା ବ୍ଳକ ସଭାପତି ଭାବେ ଶ୍ରୀମତି ଦୟମନ୍ତି ଜାନି , ଚକାପାଦ ବ୍ଳକ ସଭାପତି ଭାବେ ହରିଶ ଚନ୍ଦ୍ର କହଁର ,ଦାରିଙ୍ଗବାଡ଼ି ବ୍ଳକ ସଭାପତି ଭାବେ ପ୍ରଦୀପ ନାୟକ ,ରାଇକିଆ ବ୍ଳକ ସଭାପତି ଭାବେ ପିତବାସ ପ୍ରଧାନ ,ଟିକାବାଲି ବ୍ଳକ ସଭାପତି ଭାବେ ଗୋକୁଳ ପ୍ରଧାନ ଓ ଫୁଲବାଣୀ ନଗର ସଭାପତି ଭାବେ ଶିବ ଶଙ୍କର ବେହେରା , ବାଲିଗୁଡ଼ା ଏନ୍ଏସି ସଭାପତି ଭାବେ ସପ୍ନେଶ୍ୱର ସାହୁ ଓ ଜି.ଉଦୟଗିରି ଏନ୍ଏସି ସଭାପତି ଭାବେ ଏନ୍.ରାଜାରାଓଙ୍କ ନାମ ଘୋଷଣା କରିଥିଲେ ।
ସେହିଭଳି ଜିଲା ଉପସଭାପତି ଭାବେ ମାର୍ଟିନା ବଳିଆରସିଂ ଓ ସୁନିଲ୍ କୁମାର ଭୋଇ ଏବଂ ସାଧାରଣ ସଂପାଦକ ଭାବେ ଦୁର୍ଯ୍ୟୋଧନ ପଟନାୟକ ଓ ରାମକୃଷ୍ଣ ପାଢି ଓ କାର୍ଯ୍ୟାଳୟ ସଂପାଦକ ଭାବେ ବିଜୟ କୁମାର ମହାନ୍ତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସଂପାଦକ ଭାବେ ଧର୍ମେନ୍ଦ୍ର ପ୍ରଧାନ , ମନୋଜ ଦିଗାଲ ,ଜିନେଶ୍ ପ୍ରଧାନ ,ଜେନାମଣି ମଲିକ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରେମଚାନ୍ଦ ତି୍ରପାଠୀଙ୍କ ନାମ ଘୋଷଣା କରିବା ସହିତ କାର୍ଯ୍ୟକାରି ସଭ୍ୟଭାବେ ୨୬ ଜଣଙ୍କ ନାମ ଘୋଷଣା କରିଛନ୍ତି । ପରେ ସେଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଏହି କର୍ମକର୍ତା ମାନଙ୍କର ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଏହା ପୁର୍ବ ନିର୍ବାଚନ ମାନଙ୍କରେ ଦଳର ଫଳାଫଳ ଭଲ ହୋଇନଥିଲେ ମଧ୍ୟ ଦଳ ଏଥିରେ ହୋଇନାହିଁ । ଏହାପରେ ସଭାପତି ଅନାମ ନାୟକଙ୍କ ରଣନୀତିରେ ଜିଲ୍ଲାରେ ପଂଚାୟତ ସ୍ତର ଠାରୁ ଆରମ୍ଭ କରି ଅନ୍ୟ ନିର୍ବାଚନ ମାନଙ୍କରେ ଭଲ ଫଳାଫଳ କରିବ ବୋଲି କହିଛନ୍ତି ସଭାପତି ।
