ଫୁଲବାଣୀ,୦୪/୦୨(ସନ୍ତୋଷ ମିଶ୍ର ), କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ଆଡାସିପଡା ପାଂଚୟତର ବ୍ରଡିପଡା ଠାରେ ଥିବା ପ୍ରଥମିକ ବିଦ୍ୟାଳୟକୁ ବନ୍ଦ କରାଯିବାକୁ ସରକାରଙ୍କ ନିଷ୍ପତିକୁ ବିରୋଧ କରିଛନ୍ତି ବ୍ରାଡିପଡା ଗ୍ରାମର ଲୋକେ । ଆଜି ଗ୍ରାମବାସୀ ମାନେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ଏହି ସଂକ୍ରନ୍ତରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ କରିଥିବା ଦାବୀ ଅନୁସାରେ ବ୍ରଡୋପଡା ପ୍ରାଥମିକ ସ୍କୁଲରେ ଆଜି ସିଦ୍ଧା ୨୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସରକାରଙ୍କର ଗାଇଡଲାଇନ ମୁତାବକ ୧୫ ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯିବାକୁ ନିଦେ୍ର୍ଧଶ ରହିଥିବାବେଳେ ବ୍ରଡିପଡା ପ୍ରଥମିକ ବିଦ୍ୟାଳୟରେ ୨୨ ଜଣ ଛାତ୍ରଛାତ୍ରୀ ଅଛନ୍ତି ।
ତେବେ ଏହି ବିଦ୍ୟାଳୟକୁ କେଉଁ ନିୟମ ବଳରେ ଟୁକୁଲପଡା ପ୍ରଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ବ୍ରଡିପଡା ବିଦ୍ୟାଳ ସେଠାରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଘରଠାରୁ ନିକଟତମ ହୋଇଥିବାବେଳେ ଟୁକୁଲୁପଡା ବିଦ୍ୟାଳୟ ସେଠାରୁ ଅଦôକ ଦୁରତାରେ ଅଛି । ସେଠାକୁ ସେହି ପିଲାମାନଙ୍କୁ ଯାତାୟାତରେ ଅସୁବିଧା ହେବା ସହିତ ବିପଦ ମଧ୍ୟ ରହିଛି ବୋଲି କହିଛନ୍ତି ପିଲାଙ୍କ ଅଭିଭାବବକ ମାନେ । ସେମାନେ ଦେଇଥିବା ଦାବୀ ପତ୍ରରେ ବିଦ୍ୟାଳୟରେ ପାଠପଢୁଥିବା ସମସ୍ତ ୨୨ ଜଣ ପିଲାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିବା ଦେଖାଯାଇଛି ।