Odisha news

ଫୁଲବାଣୀରେ କୃଷକ ମାନଙ୍କ ଗଣ ଧାରଣାକୁ ସମର୍ଥନ ଜଣାଇଲା ଜିଲ୍ଲା କଂଗ୍ରେସ୍

0

ଫୁଲବାଣୀ(Santosh Mishra) :  କେନ୍ଦ୍ର ସରକାରଙ୍କର ଦ୍ୱାରା ଅଣାଯାଇଥିବା ନୁଆ କୃଷକ ଆଇନକୁ ବିରୋଧ କରି ନୁଆ ଦିଲ୍ଲିରେ ଚାଲିଥିବା କୃଷକ ଆନେ୍ଦାଳନକୁ ସମର୍ଥନ ଜଣାଇ ଆଜି କନ୍ଧମାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଫୁଲବାଣୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ଚାଣକ୍ୟ କହଁରଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣ ଧାରଣାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା କୃଷକ ମାନଙ୍କ ସହିତ ଜିଲ୍ଲା କଂଗ୍ରେସ ଏବଂ ଯୁବ କଂଗ୍ରେସ ସମର୍ଥନ ଜଣାଇଛି । ଏହି ଧାରଣା ଓ ବିକ୍ଷୋଭରେ ସଭାପତି ଅନାମ ନାୟକଙ୍କ ସମେତ ଭାରତୀୟ ଜାତୀୟ ମଜଦୁର କଂଗ୍ରେସ କନ୍ଧମାଳ ସଭାପତି ଘନକୁମାର ଶବର,ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ,ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର,ବଳଦେବ ବେହେରା,ଶିବଶଙ୍କର ବେହେରା,ଗୌରଚରଣ ବେହେରା ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ ।

ସଭାରେ କୃଷକ ନେତା ଚାଣକ୍ୟ କହଁର କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା କଳା ଆଇନ ଦ୍ୱାରା କୃଷକ ସମାଜର ସର୍ବନାଶ ହେବ । ଏହି ବିଲ ବଳରେ କୃଷକ ମାନେ କର୍ପୋରେଟର ମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱୀତା କରିବା ସହିତ ଶେଷରେ ହାର ମାନି କୃଷି ଛାଡିବା ସହିତ ଦିନ ମଜୁରିଆ ଭାବରେ ଜୀବନ ବିତାଇବାକୁ ବାଧ୍ୟ ହେବେ । କୃଷକ ମାନେ ଝାଳବୁହାଇ ଉତ୍ପାଦନ କରୁଥିବା ଫସଲକୁ ସରକାର ଅମ୍ବାନି ଆଦାନିଙ୍କ ଭଳି ପୁଞ୍ଜିପତିଙ୍କ ହାତକୁ ଟେକି ଦେବାକୁ ମସୁଧା କରୁଛନ୍ତି । ଦେଶରେ ଚାଷି ତାର ଉତ୍ପାଦନର ଉଚିତ ସହାୟକ ମୁଲ୍ୟ ପାଉନ ଥିବାବେଳେ ଆଳୁ ପିଆଜ ଏବଂ ଅନ୍ୟାନ୍ୟ କୃଷି ଜାତ ଦ୍ରବ୍ୟର ଦରଦାମ ହୁହୁ ହୋଇ ବଢିବାରେ ଲାଗିଛି ଅପର ପକ୍ଷରେ କମ୍ପାନୀ ଗୁଡିକ ମାଲାମାଲ ହେବାରେ ଲାଗିଛନ୍ତି ବୋଲି କହିଥିଲେ ।

ଏହି ଆଇନ ଲାଗୁ ହେଲେ ରାଜ୍ୟ ସମେତ ଜିଲ୍ଲାର ହଳଦୀ ଅଦା ଚାଷିଙ୍କ ସମେତ ଅନ୍ୟାନ୍ୟ ଚାଷିମାନଙ୍କର ଦାନାପାଣି ବୁଡି ଯିବ ବୋଲି କହିଥିଲେ ସଂଯୋଜକ ଅଚୁ୍ୟତ ଜାନୀ । କନ୍ଧମାଳ ଜିଲ୍ଲାରେ ଅଧିକାଂଶ ଚାଷ ଜମିରେ ଜଳ ସେଚନ ଓ ଜଳ ନିସ୍କାସନର ଉଚିତ ସୁବିଧା ନଥିବାରୁ ଚାଷି ଅନେକ ଚାଷି ସେମାନଙ୍କ ଜମିକୁ ପାଣି ନପାଇ ଜଳ କର ଦେବାକୁ ବାଧ୍ୟ ହୋଇଛନ୍ତି । କୃଷକ ଦେଶର ପ୍ରକୃତ ମାଲିକ ହୋଇଥିବାବେଳେ ତାଙ୍କୁ ସରକାର ଅଣଦେଖା କରୁଛନ୍ତି ଯାହାର ପରିଣାମ ଭୟାବହ ହେବ ବୋଲକି ସେଠାରେ ଆଲୋଚନା ହୋଇଥିଲା ।

ସରକାର ଏହି ଆଇକୁ ପ୍ରତ୍ୟାହାର ନ କଲେ ଏହି ଆନେ୍ଦାଳନ ଆହୁରୀ ତୀବ୍ର ହେବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଠା ଅଶୋକ କୁମାର ପରିଡାଙ୍କ ସମେତ ଭାବିନ୍ଦ୍ର କହଁର,ସଦାନନ୍ଦ କର,ଜଳନ୍ଧର କହଁର,ତି୍ରଲୋଚନ ପ୍ରଧାନ,ନିଳାମ୍ବର କହଁର,ଗୀତାଞ୍ଜଳି ବେହେରା,ଲାବନ୍ୟ ଦିଗାଲ,ଇସିମତୀ କହଁର,ଛବିରାଣି କହଁର,ବସନ୍ତ କହଁର ଏବଂ ଅଙ୍ଗଦ ପ୍ରଧାନଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ ଚାଷିମାନେ ଯୋଗ ଦେଇଥିଲେ ।

 

Nalco
Leave A Reply