ଫୁଲବାଣୀ : ସରକାରୀ କ୍ୱାର୍ଟରକୁ ବେସରକାରୀ ଲୋକେ ଜବରଦଖଲ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗର ଯାଂଚ ଆରମ୍ଭ କରିଛି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଏକ ୪ ଜଣିଆ କମିଟି ସହରରେ ଥିବା ରାଜସ୍ୱ ବିଭାଗର ସରକାରୀ କ୍ୱାର୍ଟରର ସ୍ଥିତାବସ୍ଥା ଉପରେ ଯାଂଚ ଆରମ୍ଭ କରିଛି ।
କ୍ୱାର୍ଟରେ କିଏ ରହୁଛି, କେବେଠାରୁ ରହିଛି, କଣ ସବୁ ସମସ୍ୟା ରହିଛି, ଏହା ଜବରଦଖଲରେ ଅଛି ନା ନାହିଁ ତାହା ଉପରେ କମିଟିର ସଦସ୍ୟମାନେ ବୁଲି ବୁଲି ଯାଂଚ କରୁଛନ୍ତି ।
କମିଟିର ସଦସ୍ୟମାନେ ଆଜି କେନ୍ଦୁପଦର ଅଂଚଳରେ ଥିବା କ୍ୱାର୍ଟର ଗୁଡିକୁ ଯାଇ ସମସ୍ତ ବିବରଣୀ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ଏକ ସପ୍ତାହ ମଧ୍ୟରେ ଏହି କମିଟି ଜିଲ୍ଲାପାଳଙ୍କୁ ତାହାର ରିପୋର୍ଟ ପ୍ରଦାନ କରିବ । ଯଦି କିଛି ଜଭରଦଖଲ ହୋଇଥିବ ତେବେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି ।
