କନ୍ଧମାଳରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ : ଆଜି ୩୮ ସଂକ୍ରମିତ ଚିହ୍ନଟ , ଜିଲ୍ଲାରେ ମୋଟ ୫,୨୨୩
ଫୁଲବାଣୀ (Santosh Mishra) : ଆଜି କନ୍ଧମାଳ ଜିଲ୍ଲାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ ନୁଆ ୩୮ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୨୨୩ରେ ପହଂଚିଛି ।
ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୮୩୪ ଜଣ (୯୨.୫୫%) ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଗତକାଲି ଫିରିଙ୍ଗିଆ ଅଂଚଳର ଆଉ ଜଣେ ୬୫ ବର୍ଷର ପୁରୁଷଙ୍କ କରୋନା ସଂକ୍ରମଣରେ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୬ (୦.୫୦%)କୁ ବୃଦ୍ଧି ପାଇଛି । ଆଉ ୩୬୩ (୬.୯୫%) ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୩ ଜଣ ଚିହ୍ନଟ ହୋଇ ଥିବାବେଳେ । ବାଲିଗୁଡା ବିଜ୍ଞାପିତ ଅଂଚଳର ଜଣେ ଏବଂ ଗ୍ରାମାଂଚଳର ୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚକାପାଦର ୩ ଜଣ,ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳର ଜଣେ ଏବଂ ଗ୍ରାମାଂଚଳର ୪ଜଣ,କ.ନୁଆଗାଁର ଜଣେ,ଖଜୁରିପଡାର ୮ ଜଣ,ଫିରିଙ୍ଗିଆର ୩ଜଣ,ରାଇକିଆର ୨ଜଣ,ଟିକାବାଲିର ୪ଜଣ,ତୁମୁଡିବନ୍ଧର ଜଣେ ଏବଂ ଅନ୍ୟାନ୍ୟ ଦୁଇଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।
