Odisha news

ଦାରିଙ୍ଗବାଡି ହୋମଗାର୍ଡର ଡ୍ରାଇଭରକୁ ମାଡ ମାରିବା , ହୋମାର୍ଡକୁ ଗିରଫ ଦାବୀରେ ମହିଲାମାନଙ୍କର ରାସ୍ତାରୋକ ଓ ଆନ୍ଦୋଳନ

0

ଫୁଲବାଣୀ (ସନ୍ତୋଷ ମିଶ୍ର ):  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଂଚଳରେ ଜଣେ ଡାଲାଗାଡିର ଡ୍ରାଇଭରକୁ ତୁହାକୁ ତୁହା ନିସ୍ତୁକ ଭାବରେ ମାଡମାରିବା ଘଟଣାରେ ଅଭିଯୁକ୍ତ ହୋମଗାର୍ଡକୁ ଗିରଫ କରିବାକୁ ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ ଏତଲା ହେବାପରେ ମଧ୍ୟ ପୋଲିସ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ପରିବାର ଲୋକେ ଏବଂ ଅଂଚଳବାସୀ ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ଘଟଣାକୁ ୬ ଦିନ ପୁରିଥିଲେ ମଧ୍ୟ ଅଭିଯୁକ୍ତ ହୋମଗାର୍ଡକୁ ଗିରଫ ବକରିବା ବାଦୀରେ ଆଜି ଦାରିଙ୍ଗବାଡି ଥାନା ଅଂଚଳରେ ମହିଳାମାନେ ରାସ୍ତାରେ ବୋକ୍ଷୋଭ ଓ ଶୋଭାଯାତ୍ରା କରିବା ସହିତ ରାସ୍ତାରେ ନିଆଁ ଜାଳିବା ରାସ୍ତା ଧାରଣା ଦେଇଛନ୍ତି ।

ଫଳରେ ସେହି ଅଂଂଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ମହିଳାମାନେ ସମ୍ପକ୍ତ ହୋମଗାର୍ଡ ଗିରଫ ନହେବା ପର୍ଯ୍ୟନ୍ତ ସେମାନେ ଏହି ରାସ୍ତାରୋକରୁ ହଟିବେନାହିଁ ବୋଲି ଜିଦ ଧରିଛନ୍ତି ମହିଳାମାନେ । ସୁଚନା ଯୋଗ୍ୟ ଗତ ୨୧ ତାରିଖରେ ଦାରିଙ୍ଗବାଡି ବୁର୍ଜୁବାଡି ଗ୍ରାମର ଅଂଚଳରେ ଗୋଟିଏ ଡାଲା ପିକଅପ ଗାଡି ଚଳାଉଥିବା ଜଣେ ଡ୍ରାଇଭର ଦାରିଙ୍ଗବାଡିର ଚାରିଛକରେ ଗାଡି ବୁଲାଉଥିବାବେଳେ ତାଙ୍କ ଗାଡି ହୋମଗାର୍ଡ ରନôାକର ନାୟକଙ୍କ ସ୍କୁଟିକୁ ସାମାନ୍ୟ ଆଘାତ ଦେଇଥିଲା ଫଳରେ ସେଠାରେ ରନôାକର ଗାଡିରୁ ଓହ୍ଲାଇ ପ୍ରଶାନ୍ତକୁ ନିସ୍ତୁକ ଭାବରେ ମାଡ ମାରି ଲହୁଲୁହାଣ କରିଥିଲେ ।

ପରେ ପୁଣି ପ୍ରଶାନ୍ତକୁ ଗାଡିଷ୍ଟାଣ୍ଡରେଥିବାବେଳେ ସେଠାରେ ମଧ୍ୟ ପହଂଚି ରନôାକର ପ୍ରଶାନ୍ତକୁ ପୁଣି ନିସ୍ତୁକ ଭାବରେ ମାଡ ମାରିଥିଲେ । ଫଳରେ ସେଠାରେ ରନôାକର ବେହୋସ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଦାରିଙ୍ଗାଡି ସ୍ୱାସ୍ଥ୍ୟକେନ୍ଧ୍ରକୁ ନେଇ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ରେଫର କରିଥିଲେ । ସେଠାରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ନ ସୁଧୁରିବାରୁ ତାଙ୍କୁ ଡାକ୍ତର କଟକକୁ ରେଫର କରିଥିଲେ । ଏହି ବାବଦରେ ପ୍ରଶାନ୍ତ ଦାରିଙ୍ଗବାଡି ଥାନାରେ ରନôାକରଙ୍କ ବିରୋଧରେ ଅଭି÷÷୍ଯୋଗ କରିବାରୁ ଦାରିଙ୍ଗବାଡି ପୋଲିସ ତାଙ୍କ ଉପରେ ମାମଲା ରୁଜ୍ଜୁ ନକରି ଆପଷ ବୁଝାମଣା କରିବାକୁ ଚାପ ପକାଉଥିବା କହିଥିଲେ ପ୍ରଶାନ୍ତ । ତେବେ ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳାମାନେ ଏହି ପଦକ୍ଷେପ ନେଇଥିବା କହିଛନ୍ତି ।

Nalco
Leave A Reply